ବାଲିଗୁଡା, ୩୦/୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ବାଲିଗୁଡା ବ୍ଲକ ଅନ୍ତର୍ଗତ ବରଖମା ଗ୍ରାମରେ ଦେଶୀ ମଦକୁ ବନ୍ଦ କରିବା ପାଇଁ ନାରୀସଙ୍ଘର ତରଫରୁ ଶୋଭାଯାତ୍ରା କରାଯାଇଛି ଓ ବିକ୍ରି କରୁଥିବା ଲୋକଙ୍କ ଘରକୁ ଯାଇ ମଦକୁ ଫୋପାଡ଼ିଵା ସହ ହାଣ୍ଡି ହଣ୍ଡା ସବୁ ଭାଙ୍ଗିଛନ୍ତି। ଯେହେତୁ ସାରାବିଶ୍ୱରେ କୋରନା ମହାମାରୀ ଆତଙ୍କିତ ସୃଷ୍ଟି କରିଥିବା ସମୟରେ, ସ୍ୱାସ୍ଥ୍ୟ କର୍ମଚାରୀ ଗଣ ଓ ପୋଲିସ ବିଭାଗ ଦିନ ରାତି ଅକ୍ଲାନ୍ତ ସେବାରେ ଲାଗି ରହିଥିବା ବିଷୟ ସାରା ଭାରତର କୋଣେ କୋଣେ ଦେଖିବା ମିଳୁଛି। ଅପରପକ୍ଷରେ ଭାରତର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ନରେନ୍ଦ୍ର ମଦୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅହରହ ଦୂରଦର୍ଶନ ମାଧ୍ୟମରେ ଚେତାବନୀ ଦେବା ସତ୍ୱେ କେତେକ ମାଦକ ସେବନକାରୀ କୋରନାକୁ ଖାତିର ନ କରି ମୁଖ୍ୟମନ୍ତ୍ରୀଙ୍କ ଆଦେଶକୁ ଅବମାନନା କରି ମଦ ପିଇ ପିରିବାରରେ ବିଶୃଙ୍ଖଳା କରିବା ସହିତ ଲୋକମାନଙ୍କୁ ହଇରାଣ ହରକତ କରନ୍ତି। ଏହି ସମସ୍ତ କାର୍ଯ୍ୟକୁ ଆଖିଆଗରେ ରଖି ବାରଖମାର ନାରୀ ସଙ୍ଘ ରାଜରାସ୍ତାକୁ ଓହ୍ଲାଇ ସେମାନଙ୍କ କହିବା ଅନୁଯାୟୀ, ସେମାନେ ମଦ ବେପାରୀଙ୍କ ଘରକୁ ଯାଇ ମଦ ବିକ୍ରି ବନ୍ଦ କରିବେ, ମଦକୁ ଜବତ କରି ଥାନା ଅଧିକାରୀକୁ ହସ୍ତାନ୍ତର କରିବେ। ସେମାନଙ୍କର ସ୍ଲୋଗାନ ଥିଲା, ମା ମାଉସୀ ଏକ ହୁଅ, ମଦ ବିକିବା ବନ୍ଦ କର, ମା, ମାଉସୀ ଏକ ହୁଅ, ମଦ ପିଆଳିକୁ ବୁଝାଅ, ମଦ ବନ୍ଦ କରି, ଗ୍ରାମକୁ ସୁରକ୍ଷିତ ରଖ, ଜୁଆ ଖେଳ ବନ୍ଦ କରି ଘରେ ସୁରକ୍ଷିତ ରୁହ। ଘରେ ରୁହ, ସୁସ୍ଥ ରୁହ।