ନୟାଗଡ଼, ୨୭-୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : କରୋନା ସଂକ୍ରମଣ ଲକଡାଉନରେ ବାହାରେ ଅଟକି ରହିଥିବା ଶ୍ରମିକମାନେ ନିଜ ଘରକୁ ଫେରିବାକୁ ଡହଳବିକଳ ହେଲେଣି। ସେମାନେ କିପରି ଫେରିବେ ନିଜ ଘରକୁ ପରିବାର ଲୋକଙ୍କ ସହିତ ଯୋଗାଯୋଗରେ ରହିଥିବାବେଳେ ନାମ ପଂଜିକରଣ କରେଇ ଦେବାକୁ କହିଛନ୍ତି। ଯାହା ଆକଳନ କରାଯାଉଛି ଜିଲା ଓ ରାଜ୍ୟ ବାହାରେ ଜିଲାର ପ୍ରାୟ ୧୬ ହଜାର ଶ୍ରମିକ ବିଭିନ୍ନ କର୍ମ ସଂସ୍ଥାନରେ ଶ୍ରମିକଭାବେ ରହି ଅଟକି ରହିଥିବାବେଳେ ଏବେ ପ୍ରାୟ ୪ହଜାର ଶ୍ରମିକ ଜିଲାକୁ ଫେରିଥିବା କୁହାଯାଉଥିବାବେଳେ ଏବେବି ଆହୁରି ୧୨ହଜାର ଶ୍ରମିକ ବାହାରେ ଅଟକି ରହିଥିବା ଜଣାଯାଇଛି। ତେବେ ଯେଉଁମାନେ ବାହାରେ ରହିଛନ୍ତି ସେମାନଙ୍କୁ ସରକାର ଯଥାଶୀଘ୍ର ଫେରାଇ ଆଣିବାର ବ୍ୟବସ୍ଥା କରୁଥିବାବେଳେ ସେମାନେ ଆସିବା ପୂର୍ବରୁ ନାମ ପଂଜିକରଣ କରିବାକୁ ନିର୍ଦ୍ଦେଶ ରହିଛି। ଏଥିପାଇଁ ପଂଚାୟତମାନଙ୍କରେ କ୍ୱାରେଂଟାଇନ୍ ଗୃହ ପ୍ରସ୍ତୁତି କରାଯାଇଥିବାବେଳେ ସେମାନେ ଆସିଲେ ୧୪ ଦିନ ସେଠାରେ ରହିବାକୁ ବ୍ୟବସ୍ଥା ରହିଛି।








