ନୟାଗଡ଼, ୨୫ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜିଲାପାଳ ଡ.ପୋମା ଟୁଡୁ ଶନିବାର ଟେଲି ମେଡିସିନ ସେବାର ଶୁଭାରମ୍ଭ କରିଛନ୍ତି। ଏହି ଟେଲି ସେବା ଦ୍ୱାରା ରୋଗୀମାନେ ଆବଶ୍ୟକତା ଅନୁଯାୟୀ ସିଧାସଳଖ ବିଭାଗୀୟ ଡାକ୍ତରଙ୍କୁ ଫୋନ କରି ନିଜର ସ୍ୱାସ୍ଥ୍ୟବସ୍ଥା ଜଣାଇ ଡାକ୍ତରୀ ସେବା ପାଇପାରିବେ। ଏଥିପାଇଁ ବିଭିନ୍ନ ବିଭାଗର ଡାକ୍ତରଙ୍କୁ ଯୋଗାଯୋଗ କରିବା ପାଇଁ ସର୍ବସାଧାରଣରେ ନିର୍ଦ୍ଦିଷ୍ଟ ଡାକ୍ତରଙ୍କ ଫୋନ ନମ୍ବର ଦିଆଯାଇଛି। ରୋଗୀମାନେ ଏହି ମହାବିପତ୍ତି ସମୟରେ ଡାକ୍ତରଖାନାକୁ ନଆସିଙ୍କୁ ଫୋନ ମାଧ୍ୟମରେ ସ୍ୱାସ୍ଥ୍ୟସେବା ପାଇ ପାରିବେ। ଏଥିପାଇଁ ଯୋଗାଯୋଗ କରିବାକୁ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି। ଜିଲାବାସୀ ଏହି ସେବାର ସୁଯୋଗ ନେବାପାଇଁ ଜିଲାପାଳ ଜିଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରଥମ ଦିନରେ ଏହି ଟେଲି ମେଡିସିନ ସେବା ପାଇ ରୋଗୀମାନେ ଖୁସିଥିବା ଜଣାପଡ଼ିଛି।