ଭୁବନେଶ୍ୱର୧୩ା୪(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ହେଉଛନ୍ତି ଭୁବନେଶ୍ୱର ବମିଖାଲ ଅଞ୍ଚଳ ଜୟଦୁର୍ଗା ନଗରର ବାସିନ୍ଦା। ଏହି ୩୫ ବର୍ଷୀୟ ଯୁବକ ବମିଖାଲ ଅଞ୍ଚଳର ଅନ୍ୟ ଚାରି ଜଣ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ରାଜ୍ୟର ୭, ୮, ୨୨ ଓ ୩୯ ନମ୍ବର ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଏହି ଯୁବକଙ୍କର ରିପୋର୍ଟ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ କିମ୍ସ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଯୁବକଙ୍କୁ ମିଶାଇ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୫୫କୁ ବୃଦ୍ଧି ପାଇଛି। ତେବେ କେବଳ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ ରେ ପହଞ୍ଚିଛି। ଭୁବନେଶ୍ୱରରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ୭ ସୁସ୍ଥ ହୋଇଛନ୍ତି ଓ ୩୪ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି। ଚିକିତ୍ସାଧୀନ ୩୪ ଜଣଙ୍କ ମଧ୍ୟରୁ ବମିଖାଲର ୧୫, ସତ୍ୟନଗରର ୪ ଜଣ, ଝାରପଡ଼ାର ୪, ସୂର୍ଯ୍ୟ ନଗରର ୩, ୟୁନିଟ-୪ ଅଞ୍ଚଳର ୩ ଜଣ, ୟୁନିଟ୍-୫ ଅଞ୍ଚଳର ୨ ଜଣ, ସହିଦ ନଗର, ବିଜେବି ନଗର ଓ କପିଳ ପ୍ରସାଦର ଜଣେ ଜଣେ ଲେଖାଏଁ ଚିକିତ୍ସାଧୀନ ଅଛନ୍ତି।
Home Coronavirus Outbreak ରାଜ୍ୟରେ ପୁଣି ଜଣେ କରୋନା ପଜେଟିଭ୍ : ୫୫ରେ ପହଞ୍ଚିଲା ପଜେଟିଭ୍ ସଂଖ୍ୟା – ଜାଣନ୍ତୁ ତାଙ୍କ...