Home ଓଡ଼ିଶା ମଦ ବ୍ୟବସାୟକୁ ନେଇ କରଡାପଲ୍ଲା ଗ୍ରାମରେ ଉତ୍ତେଜନା

ମଦ ବ୍ୟବସାୟକୁ ନେଇ କରଡାପଲ୍ଲା ଗ୍ରାମରେ ଉତ୍ତେଜନା

112

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୨/୦୪-ନୟାଗଡ ଜିଲ୍ଲା ରଣପୁର ଥାନା କାଣ୍ଡପଡା ଗ୍ରାମ ପଂଚାୟତ କରଡାପଲ୍ଲା ଗ୍ରାମରେ ମଦ ବ୍ୟବସାୟକୁ ନେଇ ଉତ୍ତେଜନା ଦେଖା ଦେଇଥିବା ଜଣା ପଡିଛି । ସବୁଆଡେ ଲକ୍‌ଡାଉନ୍ ଯୋଗୁଁ ସରକାରୀ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ହୋଇଯାଇଛି ମଦର ଘୋର ଅଭାବ ଦେଖା ଦେଇଛି । ଏହି ସୁଯୋଗକୁ ହାତଛଡା କରୁନାହାନ୍ତି ଚୋରା ହାତରନ୍ଧା ଦେଶୀ ମଦ ବେପାରୀମାନେ । ହାତରନ୍ଧା ଦେଶୀ ମଦ ରାନ୍ଧି ପଲିଥିନ୍ ରେ ପ୍ୟାକ୍ କରି ଚାରିଆଡେ ସପ୍ଲାଏ ଚାଲିଛି । କରଡାପଲ୍ଲା ଗ୍ରାମରେ ଗୋଟିଏ ଶୁଣ୍ଢି ପରିବାର ଏହି ବେପାରକୁ ଜୋର୍‌ସୋର୍ ଚଲାଇଥିବା ଜଣା ପଡିବା ପରେ କାଣ୍ଡପଡା ସରପଂଚ ଗ୍ରାମକୁ ଯାଇ ଚୋରା ହାତରନ୍ଧା ଦେଶୀ ମଦ ବନ୍ଦ କରିବା ପାଇଁ ବୁଝାଇ ଗ୍ରାମରେ ସଚେତନତା ସୃଷ୍ଟି କରିଥିଲେ । ଫଳରେ ଗତ ୧୧ ତାରିଖ ରାତି ୨ଟା ସମୟରେ ସେହି ଶୁଣ୍ଢି ପରିବାର ଏକ ନିଛାଟିଆ ଯାଗାରେ ମଦ ପଲିଥିନ୍ ପ୍ୟାକ୍ କରିବା ସମୟରେ ଗ୍ରାମର କିଛି ସଚେତନ ଯୁବକ ସେମାନଙ୍କୁ ଧରିବାକୁ ଚେଷ୍ଟା କରିଥିଲେ । ହାତରନ୍ଧା ଦେଶୀ ମଦ ସେମାନେ ତଳେ ଢାଳି ଦେଇଥିଲେ ।

ତେଣୁ ସଚେତନଶୀଳ ଯୁବକ ସେମାନଙ୍କଠାରୁ ହାତରନ୍ଧା ମଦ ପ୍ୟାକ୍ କରିବା ପାଇଁ ଆଣିଥିବା ପଲିଥିନକୁ ଜବତ କରିଥିଲେ । ସେହି ପରିବାରର ଜଣେ ଭାଇ ଯିଏକି ବନ୍ଧମୁଣ୍ଡା ସ୍କୁଲ୍ ରେ ଶିକ୍ଷକତା କରିନ୍ତି । ସେ ଏହି ଚୋରା ହାତରନ୍ଧା ଦେଶୀ ମଦ ପାଉଚ୍ ବ୍ୟବସାୟର କିନ୍‌ପିନ୍ ବୋଲି ଗ୍ରାମବାସୀଙ୍କ ତରଫରୁ ସୁଚନା ଦିଆଯାଇଛି । ଗ୍ରାମରେ ଏବେବି ହାତରନ୍ଧା ଦେଶୀ ମଦ ବ୍ୟବସାୟକୁ ବିରୋଦ୍ଧ କରି ଉତ୍ତେଜନା ଲାଗି ରହିଛି । ଏ ସମ୍ପର୍କେ ରଣପୁର ଅବକାରୀ ବିଭାଗ ସବ୍ ଇନିସ୍‌ପେକ୍ଟର କୁମର ଚନ୍ଦ୍ର ପଟ୍ଟନାୟକ କୁହନ୍ତି ସେହି ପରିବାର ଚୋରା ହାତରନ୍ଧା ଦେଶୀ ମଦ ବ୍ୟବସାୟ କରୁଥିବା ଆମ୍ଭ ପାଖରେ ଖବର ଅଛି । ଗତବର୍ଷ ସେହି ପରିବାରର ଜଣେ ବ୍ୟକ୍ତିଠାରୁ ମଦ ଜବତ କରି ମଦ ବିକ୍ରି କରୁଥିବା ଅଭିଯୋଗରେ କୋର୍ଟ ଫରୱାର୍ଡ କରାଯାଇଥିଲା । କିନ୍ତୁ ତାଙ୍କର ଶିକ୍ଷକତା କରୁଥିବା ଭାଇ ମଦ ବ୍ୟବସାୟରେ ସମ୍ପୃକ୍ତ ଥିବା ଖବର ପାଇ ତାଙ୍କ ଘରେ ରେଡ୍ କରାଯାଇଥିଲା । ସେ ଆମ ଅଫିସ୍ କୁ ଆସି ଲେଖିକି ଦେଇଥିଲେ ଯେ ମୁଁ ଜଣେ ଶିକ୍ଷକ ମୋ ଘରେ ବାରମ୍ବାର ମଦ ଚଢାଉ କରିବା ଦ୍ୱାରା ମୋର ମର୍ଯ୍ୟଦା ହାନି ହେଉଛି । ତେଣୁ ସେହିଦିନ ପରଠାରୁ ତାଙ୍କ ଭାଇ ମଦ ବେପାର ଖବର ଥିଲେ ମଧ୍ୟ କୌଣସି ଚଢାଉ ହୋଇପାରୁନାହିଁ । କିନ୍ତୁ ଗ୍ରାମର ସଚେତନଶୀଳ ଯୁବକମାନେ ଗ୍ରାମରେ ମଦ ବ୍ୟବସାୟକୁ ବିରୋଦ୍ଧ କରିବା ଯୋଗୁଁ ଉତ୍ତେଜନା ଲାଗି ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.