Home ଓଡ଼ିଶା ପୋଲିସ ଗାଡି ଡ୍ରାଇଭରଙ୍କ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ ନେଇ ମାମଲା ଦାୟର

ପୋଲିସ ଗାଡି ଡ୍ରାଇଭରଙ୍କ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ ନେଇ ମାମଲା ଦାୟର

334

ବଲାଙ୍ଗୀର ୧୧-୪ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ଖାଇରମାଲ ଗ୍ରାମର ଜଣେ ବୃଦ୍ଧଙ୍କୁ ଥାନା ବାବୁଙ୍କ ଡ୍ରାଇଭର ଆକ୍ରମଣ କରି ଗୁରୁତର କରିଦେବା ନେଇ ଥାନାରେ ମାମଲା ରୁଜ୍ଜୁ କରାଯାଇଥିବା ଜଣାପଡିଛି। ପ୍ରକାଶ ଯେ, ଟିଟିଲାଗଡ଼ ଥାନା ଅଧିକାରୀଙ୍କର ପୋଲିସ ଗାଡି ଡ୍ରାଇଭର ଭାବେ କାର୍ଯ୍ୟରତ ଏହି ମୁରିବାହାଲ ଥାନା ଅନ୍ତର୍ଗତ ଖାଇରମାଲ ଗ୍ରାମକୁ ତାଙ୍କର ଏକ ଜମି କୁ ନେଇ ବିବାଦ ଥିବା ଓ ତାର ସମାଧାନ ପାଇଁ ଗ୍ରାମ କମିଟିର ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ଗ୍ରାମ ସଭାକୁ ସେ ତାଙ୍କ ପିତା ଓ ଭାଇ ସହ ଯାଇ ଯୋଗ ଦେଇଥିଲେ। ହେଲେ ସଭା ଆରମ୍ଭ ହେବା ମାତ୍ରେ ହଠାତ ସେ ରାଗିଯାଇ ତାଙ୍କ ଗାଡ଼ିରୁ ଏକ ଚେନ ବାହାର କରି ତାଙ୍କ ବିପକ୍ଷରେ ଥିବା ମହେନ୍ଦ୍ର ହାତୀ (୭୦) ନାମକ ବୟସ୍କ ବ୍ୟକ୍ତିଙ୍କୁ ଆକ୍ରମଣ କରି ଗୁରୁତର କରିଦେଇଥିଲେ। ଏଥିରେ ତାଙ୍କ ପିତା ଓ ଭାଇ ମଧ୍ୟ ସହଯୋଗ କରିଥିଲେ ବୋଲି ମହେନ୍ଦ୍ର ହାତୀଙ୍କ ପୁଅ ଲୋକନାଥ ହାତୀ ମୁରିବାହାଲ ଥାନାରେ ଏତଲା ଦେଇଛନ୍ତି। ଗୁରୁତର ଆହତ ମହେନ୍ଦ୍ର ହାତୀଙ୍କୁ ଟିଟିଲାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତର ବଲାଙ୍ଗୀର ମ୍ୟାଡିକାଲ କଲେଜ ଡାକ୍ତର ଖାନା ସ୍ଥାନାନ୍ତରିତ କରିଛନ୍ତି। ଏ ନେଇ ସ୍ଥାନୀୟ ଗ୍ରାମ କମିଟି ଅଭିଯୁକ୍ତ ବିରୋଧ ରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.