Home Coronavirus Outbreak ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଭିଡ଼ିଓ କନ୍ଫରେସିଂ ମାଧ୍ୟମରେ ଆଲୋଚନା ଆରମ୍ଭ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଭିଡ଼ିଓ କନ୍ଫରେସିଂ ମାଧ୍ୟମରେ ଆଲୋଚନା ଆରମ୍ଭ – ଲକଡାଉନ ବୃଦ୍ଧିକୁ ନେଇ ହୋଇପାରେ ଚର୍ଚ୍ଚା

573

ନୂଆ ଦିଲ୍ଲୀ ୧୧-୪ (ଓଡ଼ିଆ ପୁଅ) କରୋନା ସଂକ୍ରମଣର ମୁକାବିଲା ପାଇଁ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡ଼ିଓ କନଫେରେନ୍ସି ମାଧ୍ୟମରେ କଥା ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦେଶର ଲକଡାଉନ୍ ବୃଦ୍ଧି ବିଷୟରେ ଚର୍ଚ୍ଚା ହୋଇପାରେ ବୋଲି ଜଣାପଡ଼ିଛି। କରୋନା ସଂକ୍ରମଣ ରୋକିବାକୁ ଦେଶବ୍ୟାପୀ ଜାରି କରାଯାଇଥିବା ୨୧ ଦିନିଆ ଲକ୍‌ଡାଉନ୍‌ ର ଅବଧି ବୃଦ୍ଧି କରାଯିବା ସମ୍ପର୍କରେ ଆଲୋଚନା ହୋଇପାରେ ବୋଲି ଆଶାକରାଯାଉଛି।

ଏହା ପୂର୍ବରୁ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିଛି। ଓଡ଼ିଶାକୁ ଅନୁକରଣକରି ପଞ୍ଜାବ, ରାଜସ୍ଥାନ ସରକାର ମଧ୍ୟ ମେ’ ୧ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବଢାଇଛନ୍ତି। ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ନେଇ ଘୋଷଣା କରିପାରନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.