Home ଓଡ଼ିଶା ଗଂଜେଇ ଚାଲଣକାରୀକୁ ୧୦ ବର୍ଷ ସଜା

ଗଂଜେଇ ଚାଲଣକାରୀକୁ ୧୦ ବର୍ଷ ସଜା

164

ବାଲିଗୁଡା, ୫/୧୨ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) ଗତ ୩୦/୫/୨୦୧୭ ମସିହାରେ କ, ନୁଆଗାଁ ଥାନା ଅନ୍ତର୍ଗତ ଗୁଗୁରକ୍ଲିୟୁ ରାସ୍ତାା ଉପରେ ବୃନ୍ଦାବନ ଦିଗାଳଙ୍କୁ ୯ଟି ଅଖାବସ୍ତାରେ ଗଂଜେଇ ୧୦୬କେଜି ଗଂଜେଇ ଏକ ବୋଲେର ଗାଡିରେ ଚାଲାଣ କରୁଥିବା ସମୟରେ ବ୍ରହ୍ମପୁରର ଅବକାରୀ ନୀରିକ୍ଷକ ଜବତ କରିଥିଲେ। ଉକ୍ତ ମକଦ୍ଦମାର ବିଚାରକରୀ ମାନ୍ୟବର ଅତିରିକ୍ତ ଜିଲ୍ଲ ଦୌରାକୋର୍ଟର ସ୍ୱତନ୍ତ୍ର ବିଚାରପତି ଶ୍ରୀ ଶୁଭଦର୍ଶି ପଟ୍ଟନାୟକ ଉକ୍ତ ଗଂଜେଇ ଚାଲାଣକାରୀ ବୃନ୍ଦାବନ ଦିଗାଳଙ୍କୁ ଦୋଷି ସାବ୍ୟସ୍ତକରି ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ଏକଲକ୍ଷ ଟଙ୍କା ଜରିମାନା କରିଛନ୍ତି। ସରକାରଙ୍କ ତରଫରୁ ଅତିରିକ୍ତ ପିପି ଶ୍ରୀ ସୁଧାଂଶୁ ମୋହନ ପତି ମକଦ୍ଦମାପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.