ବଲାଙ୍ଗୀର, ୨୮-୧୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଲଲଟିକ୍ରା ଅଞ୍ଚଳର ଅଶୋକ ନଗର ଅଞ୍ଚଳରେ ଦୀର୍ଘ ଦିନରୁ ଚାଲିଆସୁଥିବା ଦେହ ବ୍ୟବସାୟ ନେଇ ସ୍ଥାନୀୟ ବାସିନ୍ଦା ବାରମ୍ବାର ଲିଖିତ ଅଭିଯୋଗ କରି ଆସୁଥିଲେ। ହେଲେ ପୋଲିସ କୌଣସି ପଦକ୍ଷେପ ନ ନେଇ ନିରବ ରହିବା ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଚାଲିଥିଲା। ଏହି ଅଶୋକ ନଗର ଅଞ୍ଚଳରେ ଜଣେ ୫୫ ବର୍ଷୀୟ ମହିଳା ଏ କାରବାର ଚଲାଇ ଆସୁଥିବା ନେଇ ସ୍ଥାନୀୟ ଲୋକମାନେ ବିରୋଧ କରିବା ସତ୍ୱେ ସେ ଓଲଟା ଲୋକଙ୍କୁ ଗାଳି, ଗୁଳଜ କରିବା ସହ ବିଭିନ୍ନ ଅଞ୍ଚଳରୁ ଯୁବତୀଙ୍କୁ ଅର୍ଥ ଦେଇ ଡକେଇ ନିଜ କାରବାର ଚଳାଇବା ସହ ବିଭିନ୍ନ ଅଞ୍ଚଳକୁ ମଧ୍ୟ ଯୁବତୀ ଙ୍କୁ ପଠାଉ ଥିଲା। ସ୍ଥାନୀୟ ଲୋକେ ଏକଜୁଟ ହୋଇ ବାଧ୍ୟ ହୋଇ ଉକ୍ତ ମହିଳାଙ୍କ ଘରେ ପଶି ଦୁଇ ଜଣ ଯୁବକ ଓ ସମ୍ପୁକ୍ତ ମହିଳାଙ୍କୁ କାବୁ କରିଥିବା ବେଳେ ସେଠି ଥିବା ଦୁଇ ଜଣ ଯୁବତୀ ଲୋକଙ୍କୁ ଦେଖି ଘର ପଛ ପଟୁ କୌଶଳ କ୍ରମେ ଫେରାର ହୋଇଯାଇଥିଲେ । ଉକ୍ତ ମହିଳା ଓ ଦୁଇ ଯୁବକ ଙ୍କୁ ପୋଲିସ ଅଟକ ରଖି ଥିବା ବେଳେ ଉକ୍ତ ଘରୁ ଅନେକ ଆପତ୍ତିଜନକ ଜିନିଷ, ସହ ଚାରୋଟି ମୋବାଇଲ ଜବତ କରିଛି। ପ୍ରକାଶ ଯେ ଉକ୍ତ ମହିଳା ଙ୍କ ମୋବାଇଲ ରେ ଅନେକ ନାମୀ, ଦାମୀ ସରକାରୀ ଚାକିରିଆ ତଥା ରାଜନେତାଙ୍କ ନମ୍ବର ରହିଛି। ସେହିପରି ବଲାଙ୍ଗୀର ଜିଲ୍ଲାର ବଡ଼ମାଲ ଗୋଳାବାରୁଦ କାରଖାନାରେ କାର୍ଯ୍ୟରତ ଟିଟିଲାଗଡ଼ର ଜଣେ ଅଣ ଓଡ଼ିଆ ଠିକାଦାରଙ୍କ ଜରିଆରେ ଏହି କାରଖାନାରେ ଏହି ଦେହ ବ୍ୟବସାୟ ଚାଲିଥିବା ସୂଚନା ମିଳିଛି। ନିକଟରେ ଏପରି ଆଉ ଏକ ସେକ୍ସ ରେକେଟ ବଲାଙ୍ଗୀରରେ ଚାଲିବା ନେଇ ପୋଲିସ ଚଢ଼ାଉ କରିଥିଲେ ସୁଦ୍ଧା ଆହୁରି କେତୋଟି ଅଞ୍ଚଳରେ ଏହି କାରବାର ଚାଲିଥିବା ଅଭିଯୋଗ ହୋଇ ଆସୁଛି।