Home ଓଡ଼ିଶା ବେଆଇନ କଫସିରପ ଚାଲାଣ ବେଳେ ଗାଡି ଦୁର୍ଘଟଣାଗ୍ରସ୍ତ : ୧୦ ହଜାର କଫସିରପ ଜବତ

ବେଆଇନ କଫସିରପ ଚାଲାଣ ବେଳେ ଗାଡି ଦୁର୍ଘଟଣାଗ୍ରସ୍ତ : ୧୦ ହଜାର କଫସିରପ ଜବତ

480

ବଲାଙ୍ଗୀର ୨୮-୧୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ନିକଟସ୍ଥ ପୁଇଁତଲା ନିକଟରେ ଭୋର ସକାଳୁ ୧୦ହଜାର ରୁ ଉର୍ଦ୍ଧ ସଂଖ୍ୟକ ବେଆଇନ ନିଶା କଫ ସିରଫ ନେଇ ଯାଉଥିବା ଏକ ପିକଅପ ଗାଡି ଭାରସାମ୍ୟ ହରାଇ ଏକ ଗଛରେ ଧକ୍କା ହୋଇଥିଲା। ଉକ୍ତ ଗାଡି ଡ୍ରାଇଭର ଗୁରତର ଆହତ ହୋଇ ବଲାଙ୍ଗୀର ମେଡ଼ିକାଲ କଲେଜ ଡାକ୍ତର ଖାନା ରେ ଥିବା ବେଳେ ଡାକ୍ତର କଟକ ସ୍ଥାନାନ୍ତରିତ କରିବାକୁ ପରାମର୍ଶ ଦେଇଛନ୍ତି। ଉକ୍ତ ଗାଡିରେ ଯାତ୍ରା କରୁଥିବା ଅନ୍ୟ ଦୁଇଜଣଙ୍କ ଅବସ୍ଥା ସ୍ୱାଭାବିକ ରହିଥିବା ଜଣାଯାଇଛି। ଏହି ନିଶା କଫସିରପ କାରବାର ବଲାଙ୍ଗୀର ଜିଲ୍ଲାରେ ମାତ୍ରାଧିକ ଭାବେ ବଢି ଚାଲିବା ସତ୍ୱେ ପ୍ରଶାସନ କେଉଁଠୁ ଆସୁଛି, ତାହାର ଟେର ପାଇ ପାରୁନି। ମଝିରେ, ମଝିରେ ଚଢ଼ାଉ ପୋଲିସ କଲେ ବି ଜାମିନରେ ଆସି ପୁନଃ କାରବାର ଆରମ୍ଭ କରୁଥିବା ଜଣାଯାଇଛି। ଗତକାଲି ପଟଣାଗଡ଼ର ଏକ ଘରେ ଚଢ଼ାଉ କରି ୨୭୦ ବୋତଲ ଏସକଫ କଫସିରପ ଜବତ ସହ ଜଣକୁ ଗିରଫ କରିଛି। ତେବେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗୁଡ଼ିକରେ ଏ କାରବାର ମାତ୍ରାଧିକ ଭାବେ ବୃଦ୍ଧି ପାଇବା ନେଇ ଜନ ଅସନ୍ତୋଷ ବଢି ଚାଲିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.