କଟକ, ୦୩/୧୧, (ଓଡ଼ିଆ ପୁଅ ପି ନାୟକ):ବାଲିଯାତ୍ରାକୁ ଆଉ ରହିଲା ଦିନ କେଇଟା। ଏଥିପାଇଁ ସମସ୍ତ ଆୟୋଜନ ଆରମ୍ଭ ହୋଇଗଲାଣି। ପ୍ରତିବର୍ଷ ଏହାକୁ ରଙ୍ଗ ବେରଙ୍ଗ ଓ ସାଜସଜ୍ଜା କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଥାଏ। ହେଲେ ଚଳିତ ଥର ପ୍ରଶାସନ ଟିକିଏ ଭିନ୍ନ ପଦକ୍ଷେପ ଆପଣେଇଛି। ତାହା ହେଲା ଦର୍ଶକମାନେ ମହାନଦୀରେ ନୌବିହାରର ମଜା ଉଠାଇ ପାରିବେ। ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏନ୍ ଏସ୍ ଚିଲିକା ସହାୟତରେ ଏଥିପାଇଁ ଖାସ ବ୍ୟବସ୍ଥା କରାଯାଇଛି। ବ୍ୟବସ୍ଥା ସ୍ବରୂପ ଦର୍ଶକଙ୍କ ପାଇଁ କର୍ମଚାରୀ ଓ ବୋଟ ନିୟୋଜିତ କରାଯିବ। ଭିଡ ନିୟନ୍ତ୍ରଣ କରିବା ପାଇଁ ପାର୍କିଂ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। ଏଥିପାଇଁ ୬ଟି ପାର୍କିଂ ଲଟ୍୍ ମଧ୍ୟ ହେେବ ବୋଲି ନିଷ୍ପତ୍ତି ହୋଇଛି।