Home ଓଡ଼ିଶା ଛଟ୍ ପୂଜା ପାଇଁ ଚାଲିବ ସ୍ବତନ୍ତ୍ର ଟ୍ରେନ

ଛଟ୍ ପୂଜା ପାଇଁ ଚାଲିବ ସ୍ବତନ୍ତ୍ର ଟ୍ରେନ

82

ଭୁବନେଶ୍ୱର, ୨୯/୧୦, (ଓଡ଼ିଆ ପୁଅ ପି ନାୟକ): ଛଟ ପୂଜା ପାଇଁ ହେବାକୁ ଥିବା ଭିଡକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି। ପୁରୀ ରୁ ହଟିୟା, ପାଟଣା ଓ ଭାଗଲପୁରକୁ ଗଡିବ ଏହି ସ୍ୱତନ୍ତ୍ର ଟ୍ରେନ। ପୁରୀରୁ ତାରିଖ ଓ ହଟିୟା ୩୧ ରେ ଏହି ଟ୍ରେନ୍‌ଗଡିବ ବୋଲି ସୂଚନା ମିଳିଛି। ହଟିୟାକୁ ଯିବାକୁ ଥିବା ସ୍ୱତନ୍ତ୍ର ଟ୍ରେନ ପୁରୀରୁ ଅପରାହ୍ନ ୧ଟା.୩୦ମି.ରେ ଛାଡି ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡା, ରାଉରକେଲା ରାସ୍ତାଦେଇ ଯାତ୍ରା କରିବ। ଏହାଛଡା ପୁରୀ-ଭାଗଲପୁର- ସ୍ୱତନ୍ତ୍ର ଟ୍ରେନ ପୁରୀ ଠାରୁ ଅକ୍ଟୋବର ୩୦ ଓ ନଭେମ୍ବର ୬ ତାରିଖରେ ପୂର୍ବାହ୍ନ ୧୦ଟା.୩୦ମି.ରେ ଛାଡି ଭାଗଲପୁର ଠାରେ ତା ପରଦିନ ସକାଳ ୭ଘଟିକାରେ ପହଁଞ୍ଚିବ। ଫେରିବା ପଥରେ ଏହି ଟ୍ରେନ ଭାଗଲପୁରରୁ ଅକ୍ଟୋବର ୩୧ ଓ ନଭେମ୍ବର ୭ ତାରିଖ ସକାଳ ୮ଟା.୩୦ମି.ରେ ଛାଡି ପୁରୀ ଠାରେ ତା ପରଦିନ ସକାଳ ୬ଟା.୪୫ମି.ରେ ପହଁଞ୍ଚିବ ବୋଲି ସୂଚନା ମିଳିଛି।

ଏହି ଟ୍ରେନ ଦ୍ୱୟରେ ୯ଟି ସ୍ଲିପର କ୍ଲାସ, ୫ଟି ସାଧାରଣ ଦ୍ଵିତୀୟ ଶ୍ରେଣୀ ଓ ୨ଟି ଗାର୍ଡ ତଥା ଲଗେଜ ଭ୍ୟାନ ଉପଲବ୍ଧ ଥିବାବେଳେ ଏହା ପୁରୀ, ପାଟନା, ଭାଗଲପୁର ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.