କଟକ,୨୧/୧୦,(ଓଡ଼ିଆ ପୁଅ ପି ନାୟକ): ଯୌତୁକ ପାଇଁ ପୁୁୁଣି ନବବଧୂକୁ ହତ୍ୟା କରାଯାଇଥିିିବା ସୂଚନା ମିଳିଛି । କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ କିଆପଲ୍ଲା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଏନେଇ ମୃତ ବଧୂର ବାପା ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି । ତେବେ ଅଭିଯୋଗ ଅନୁସାରେ, ଦୀର୍ଘ ଦିନ ହେବ ନବବଧୂ ତନୁ ଦାଶକୁ ଯୌତୁକ ପାଇଁ ମାନସିକ ଓ ଶାରିରୀକ ନିର୍ଯାତନା ଦେଉଥିଲେ ଶାଶୂଘର ଲୋକ । ଏହାଛଡା ସ୍ବାମୀ ମଧ୍ୟ ଏନେେଇ ଅନେକଥର ମାରଧର କରୁଥିଲେ । ଏହି ଘଟଣା ପରେ ପୋଲିସ ମୃତବଧୂଙ୍କ ସ୍ବାମୀ ସନ୍ତୋଷ ଦାଶଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅନ୍ୟପଟେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇଥିବା ସୂଚନା ମିଳିଛି ।