Home ଓଡ଼ିଶା ଅବହେଳିତ ହୋଇ ପଡିଛି ପର୍ଯ୍ୟଟନ ସ୍ଥଳୀ

ଅବହେଳିତ ହୋଇ ପଡିଛି ପର୍ଯ୍ୟଟନ ସ୍ଥଳୀ

153

ଭୁବନେଶ୍ଵର,୧୯/୧୦,(ଓଡ଼ିଆ ପୁଅ ପି ନାୟକ): ଅବହେଳିତ ପଶ୍ଚିମ ଓଡିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ରାଣୀପୁର-ଝରିଆଲ । ଟିଟିଲାଗଡ଼ ଉପଖଣ୍ଡ ବଙ୍ଗୋମୁଣ୍ଡାରେ ଅବସ୍ଥିତ ସୁପ୍ରସିଦ୍ଧ ଶୈବପୀଠ ରାଣୀପୁର-ଝରିଆଲ । ରାଣୀପୁରରେ ବିଶେଷତଃ କହିଲେ ରାଜା ସୋମେଶ୍ୱର ରାଣୀଙ୍କର ମହଲ ଅଛି । ଏହାସହ ସେଠାରେ ଗୋଟେ ଭାଗ୍ୟ ପଥର ଅଛି ।  ଏହି ସ୍ଥଳୀର ମୁଖ୍ୟ ଆକର୍ଷଣ ହେଉଛି ଅଭିମନ୍ୟୁ ଚକ୍ରବ୍ୟୁହ । ସେଇ ଚକ୍ରବ୍ୟୁହକୁ ଭେଟିବା ପାଇଁ ବହୁ ଦୂର ଦୁରାନ୍ତରୁ ଆସିଥାନ୍ତି ପର୍ଯଟକ ।

ହେଲେ ଆଜି ମଧ୍ୟ ଏହି ରାନିପୁର-ଝରିଆଲର ସ୍ଥିତି ସୋଜନ୍ୟ । ସରକାରଙ୍କ ତରଫରୁ ବହୁ ବାର ଏହାର ଉନ୍ନତିକରଣ ଓ ଉଦ୍ଧାର ପାଇଁ ପାଣ୍ଠି ଦିଆଯାଉଛି । କିଛି କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି । କିନ୍ତୁ ରକ୍ଷଣା ବେକ୍ଷଣର ଅଭାବ ଯୋଗୁଁ ଏହା ନିଜର ଅସ୍ତିତ୍ୱ ହରାଇବାରେ ଲାଗିଛି । ସେପଟେ ଜନସଚେତନତା ଓ ରାଜ୍ୟ ସରକାରଙ୍କ ଅବହେଳା ଥିବା କହିଛନ୍ତି ସାହିତ୍ୟ ଓ ସଂସ୍କୃତିର ଗବେଷକ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.