ସମ୍ବଲପୁର,୧୬/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ପିକଅପ ଭ୍ୟାନ ଟ୍ରକକୁ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ, ପିକଅପ୍ ଭ୍ୟାନ୍ଟି ବରଗଡରୁ ଅନୁଗୋଳ ଅଭିମୁଖେ ଆସୁଥିବା ବେଳେ ଏହି ଅଘଟଣ ଘଟିଥିଲା। ଖବରପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତକଙ୍କ ପରିଚୟ ମିଳିପାରିନାହିଁ । ଏହାଛଡା ଟ୍ରକର ଯାନ୍ତ୍ରିକ ତ୍ରୁଟି ପାଇଁ ଛିଡା ହୋଇଥିବା ବେଳେ ଭାରସାମ୍ୟ ହରାଇ ଭ୍ୟାନଟି ପଛପଟୁ ଧକ୍କା ଦେଇଥିଲା ।