ନୂଆଦିଲ୍ଲୀ,୦୧/୦୮,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଉତ୍ତରାଖଣ୍ଡରେ ବହୁତ ଜଲଦି ଲୋକମାନେ ନିଜର ସୁବିଧା ପାଇଁ ରାଜପଥରେ ଥିବା ଯେକୌଣସି ଶସ୍ତା ଦୋକାନରୁ ରାସନ ନେଇପାରିବେ। ଏଥିପାଇଁ ରାଜ୍ୟ ସରକାର ରାଷ୍ଟ୍ରିୟ ଖାଦ୍ୟ ସୁରକ୍ଷା ଆକ୍ଟ ଦ୍ବାରା ରାସନ କାର୍ଡ ପୋର୍ଟେବିଲିଟିର ସୁବିଧା ଦେବା ପାଇଁ ପ୍ରସ୍ତୁତି କରୁଛନ୍ତି।
ଏହି ବ୍ୟବସ୍ଥା ଲାଗୁ ହେବା ପରେ ୨୩ ଲକ୍ଷ ଉପଭୋକ୍ତା ରାଜ୍ୟରେ କୌଣସି ଦୋକାନରୁ ସାର୍ବଜନିକ ବିତରଣ ପ୍ରଣାଳୀର ଲାଭ ଉଠାଇ ପାରିବେ। ଏନଏଫଏସଏ ବିଭାଗରେ ରାସନ କାର୍ଡ ଜନିତ ସମସ୍ତ ତଥ୍ୟ ଅନଲାଇନରେ ରଖାଯାଉଛି। ଯାହା ବିକ୍ରେତାମାନଙ୍କ ଇ-ପାସ ମେସିନ ସହ ଲିଙ୍କ୍ କରାଯିବ।








