ଭୁବନେଶ୍ବର, ୦୭.୦୫ (ଓଡ଼ିଆ ପୁଅ) ଫନି ବାତ୍ୟାରେ ଭୁବନେଶ୍ବର, ପୁରୀ ଓ କଟକ ସହର ସମେତ ପ୍ରଭାବିତ ଜିଲ୍ଲାମାନଙ୍କରେ ଲକ୍ଷ ଲକ୍ଷ ଗଛ ଉପୁଡି ଯାଇଛି। ଏତେ ସଂଖ୍ୟାରେ ଗଛକୁ ସଫାକରିବା ସମୟ ସାପେକ୍ଷ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଷ୍ପତ୍ତି କରିଛନ୍ତି ଯେ, ଜନସାଧାରଣ ଚାହିଁଲେ ବାତ୍ୟାରେ ଉପୁଡିଯାଇଥିବା ବା ଭାଙ୍ଗିଯାଇଥିବା ଗଛଗୁଡିକୁ ନିଜ ବ୍ୟବହାର ପାଇଁ କାଟିନେଇପାରିବେ। ଜନସାଧାରଣ ସତର୍କତାର ସହିତ ନିରାପଦରେ ଗଛ କାଟିବା ପାଇଁ ଅନୁରୋଧ କରାଯାଇଛି। ଏହା ସହିତ ଯେଉଁ ଗଛ ଗୁଡିକୁ ବଞ୍ଚାଯାଇପାରିବ ତା’ର ମଧ୍ୟ ଉପଯୁକ୍ତ ଯତ୍ନ ନେବାକୁ ଅନୁରୋଧ କରାଯାଇଛି।







