ମେଲବର୍ଣ୍ଣ:ଆଇପିଏଲ୍ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ୱେଷ୍ଟଇଣ୍ଡିଜ କ୍ରିକେଟିୟର ଜୋଫ୍ରା ଆର୍ଚ୍ଚର ‘ବିଗ୍ ବ୍ୟାଶ’ କ୍ରିକେଟ ଲିଗ୍ର ଏକ ମ୍ୟାଚରେ ଧରିଛନ୍ତି ଏକ ଚମତ୍କାର କ୍ୟାଚ୍।ଯାହା ଅବିଶ୍ବାସନୀୟ।ଆଜିର ‘ବିଗ୍ ବ୍ୟାଶ’ ଲିଗ୍ ମ୍ୟାଚରେ ହୋବାର୍ଟ ହରିକେନ୍ସ ଓ ବ୍ରିସବେନ୍ ହିଟ ମଧ୍ୟରେ ଚାଲିଥିବା ମ୍ୟାଚ୍ରେ ଜୋଫ୍ରା ଛକା ହେବାକୁ ଯାଉଥିବା ଏକ ବଲ୍କୁ ବାଉଣ୍ଡରୀ ବାହାରୁ ଭିଡ଼ି ଆଣି ଉପରକୁ ଫିଙ୍ଗି ପୁଣି ଧରିଛନ୍ତି।
ଦେଖନ୍ତୁ ଭିଡିଓ –
https://twitter.com/cricketcomau/status/1090116276842708992?s=19
ଫହୋବାର୍ଟ ହରିକେନ୍ସର ଫକନର ବୋଲିଂ କରୁଥିବା ବେଳେ ବ୍ରିସବେନ ହିଟ ପକ୍ଷରୁ ବ୍ୟାଟିଂ କରୁଥିବା ମାକ୍ସ ବ୍ରାୟଣ୍ଟ ଲଙ୍ଗ ଅନ୍ ଉପର ଦେଇ ଏହି ସଟଟି ମାରିଥିବା ବେଳେ ଜୋଫ୍ରା ଏହି ଅବିଶ୍ୱାସନୀୟ କ୍ୟାଚଟି ନେଇଥିଲେ।ମ୍ୟାଚ୍ଟିରେ ଜୋଫ୍ରା ବୋଲିଂ କରି ଦୁଇଟି ୱିକେଟ୍ ମଧ୍ୟ ନେଇଛନ୍ତି।/@ଦେବଦତ୍ତ ରଥ








