Odiapua.com

ଆଜି ରାଜ୍ୟରେ ୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ – ମୋଟ ମୃତ୍ୟୁ ସଂଖ୍ୟା ୬୯୧ କୁ ବୃଦ୍ଧି

ଭୁବନେଶ୍ୱର ୧୯-୯ (ଓଡ଼ିଆ ପୁଅ) ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ନଅ ଜଣ COVID 19 ରୋଗୀଙ୍କ ମୃତ୍ୟୁ ହୋଇଛି। ଏହା ସହିଚ ମୋଟ ମୃତ୍ୟୁ ସଂଖ୍ୟା ୬୯୧ କୁ ବୃଦ୍ଧି ପାଇଛି।
ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
ବରଗଡ ଜିଲ୍ଲାରୁ ୨ ଜଣ,
ଭଦ୍ରକ ଜିଲ୍ଲାରୁ ଜଣେ,
ବଲାଙ୍ଗୀର ଜିଲ୍ଲାରୁ ଜଣେ,
କଟକ ଜିଲ୍ଲାରୁ ଜଣେ,
ଗଜପତି ଜିଲ୍ଲାରୁ ଜଣେ,
ପୁରୀ ଜିଲ୍ଲାରୁ ଜଣେ,
ରାୟଗଡା ଜିଲ୍ଲାରୁ ଜଣେ,
ସମ୍ବଲପୁର ଜିଲ୍ଲାର ଜିଲ୍ଲାରୁ ଜଣେ,
ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ନଅ ଜଣ COVID 19 ରୋଗୀଙ୍କ ମୃତ୍ୟୁ ହୋଇଛି।

୧- ବରଗଡ ଜିଲ୍ଲାର ଜଣେ ୬୩ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୨- ବରଗଡ ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କା ମହିଳା ଯିଏ ମଧୁମେହରେ ମଧ୍ୟ ପୀଡିତ ଥିଲେ।

୩- ଭଦ୍ରକ ଜିଲ୍ଲାର ଜଣେ ୫୨ ବର୍ଷ ବୟସ୍କ ପୁରୁଷ।

୪- ବଲାଙ୍ଗୀରର ଜଣେ ୫୫ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।

୫- କଟକ ଜିଲ୍ଲାର ଜଣେ ୭୮ ବର୍ଷ ବୟସ୍କା ମହିଳା।

୬- ଗଜପତି ଜିଲ୍ଲାର ଜଣେ ୩୭ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗରେ ମଧ୍ୟ ପୀଡିତ ଥିଲେ।

୭- ପୁରୀ ଜିଲ୍ଲାର ଜଣେ ୭୩ ବର୍ଷ ବୟସ୍କ ପୁରୁଷ।

୮- ରାୟଗଡା ଜିଲ୍ଲାର ଜଣେ ୫୨ ବର୍ଷ ବୟସ୍କ ପୁରୁଷ।

୯- ସମ୍ବଲପୁର ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କା ମହିଳା।