ନୂଆ ଦିଲ୍ଲୀ ୨୫ ସେପ୍ଟେମ୍ବର (ଓଡ଼ିଆ ପୁଅ) ଆର୍ଥିକ ମାମଲା ସମ୍ବନ୍ଧିତ ୱେବସାଇଟ୍ “ପଇସାବଜାର ଡଟ କମ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ ରିପୋର୍ଟରୁ ଜଣାପଡ଼ିଛିଯେ, ୬୫ ପ୍ରତିଶତ ଲୋକ କୋଭିଡ୍-19 କାରଣରୁ ତାଙ୍କର ଆୟରେ ବହୁମାତ୍ରାରେ କ୍ଷତି ହୋଇଛି।
– ସର୍ବେକ୍ଷଣରୁ ଜଣାପଡ଼ିଛିଯେ, ୧୬ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ତାଙ୍କର ଆୟର ୧୦୦ ପ୍ରତିଶତ ହରାଇଛନ୍ତି।
– ୨୮ ପ୍ରତିଶତ ଲୋକଙ୍କର ଅଧାରୁ ଅଧିକ ଆୟ ହ୍ରାସ ପାଇଛି।
– ମୋଟାମୋଟି ଭାବରେ ୬୫% ଲୋକଙ୍କର ଆୟ ହ୍ରାସ ପାଇଛି।
୩୭ ଟି ସହରରେ ୨୪ ରୁ ୫୭ ବୟସ ବର୍ଗର ୮, ୬୧୬ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଏକ ଅନଲାଇନ୍ ସର୍ଭେ କରାଯାଇଥିଲା। ଏହି ସର୍ଭେ ପଇସା ବଜାର ଡଟ କମ୍ ଦ୍ୱାରା କରାଯାଇଥିଲା।
ସର୍ଭେରେ ଭାଗନେଇଥିବା ଲୋକମାନେ ହେଉଛନ୍ତି ଋଣ ନେଇଥିବା ବ୍ୟକ୍ତି। ସେମାନଙ୍କର ଋଣର ପରିମାଣ ଏକ ଲକ୍ଷରୁ ଅଧିକ।
ସର୍ବେକ୍ଷଣରୁ ଜଣାପଡିଛି ଯେ ପ୍ରାୟ ୧୬ ପ୍ରତିଶତ ଲୋକ ସେମାନଙ୍କର ଆୟର ୧୦୦ ପ୍ରତିଶତ ହରାଇଛନ୍ତି ଏବଂ ଅନ୍ୟ ୨୮ ପ୍ରତିଶତ ଆୟ COVID ସଙ୍କଟ କାରଣରୁ ଅଧାରୁ ଅଧିକ ଆୟ ହ୍ରାସ କରିଥିବା ରିପୋର୍ଟରେ ଦର୍ଶାଯାଇଛି।
ସର୍ବେକ୍ଷଣରୁ ଜଣାପଡିଛି ଯେ,
– ୮୬% ସ୍ୱୟଂ ନିଯୁକ୍ତ ଲୋକଙ୍କ ଉପରେ ଲକଡାଉନ୍ ସମୟରେ ଆୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥିଲା ଏବଂ ୨୫% ଦାବି କରିଛନ୍ତି ଯେ ସେମାନଙ୍କ ଆୟ ଶୂନକୁ ଆସିଯାଇଥିଲା।
ଅନ୍ୟ ପଟେ, ବେତନ ପ୍ରାପ୍ତ ଗ୍ରାହକ, ଯଦିଓ ଅତ୍ୟଧିକ ପ୍ରଭାବିତ ହୋଇଥିଲେ, ସ୍ୱୟଂ ନିଯୁକ୍ତ ବ୍ୟକ୍ତିଙ୍କ ତୁଳନାରେ କମ୍ ପ୍ରଭାବିତ ହୋଇଥିଲେ। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ୪୪% ବେତନ ପ୍ରାପ୍ତ ଉତ୍ତରଦାତା କହିଛନ୍ତି ଯେ ସେମାନଙ୍କ ଦରମାରେ ନକାରାତ୍ମକ ପ୍ରଭାବ ପଡ଼ିନାହିଁ, ଅନ୍ୟ ୩୦ ପ୍ରତିଶତ କହିଛନ୍ତି ଯେ ସେମାନଙ୍କ ଦରମା ଅଧାରୁ ଅଧିକ ହ୍ରାସ ପାଇଛି। ୧୨ ପ୍ରତିଶତ ବେତନ ପ୍ରାପ୍ତ ଗ୍ରାହକ ଚାକିରି ହରାଇବା କାରଣରୁ ବେତନ ସଂପୂର୍ଣ୍ଣ କ୍ଷତି ହୋଇଥିବା ରିପୋର୍ଟ କରିଛନ୍ତି।
ଭୌଗୋଳିକ ପ୍ରଭାବ ଦୃଷ୍ଟିରୁ ଚେନ୍ନାଇ ସର୍ବନିମ୍ନ ପ୍ରଭାବିତ ହୋଇଥିବା ବେଳେ ଦିଲ୍ଲୀ-ଏନସିଆର ସର୍ବାଧିକ ପ୍ରଭାବିତ ହୋଇଛି। ଚେନ୍ନାଇରୁ ହୋଇଥିବା ସର୍ଭେରେ ଅଂଶଗ୍ରହଣ କରିଥିବା ୪୮ ପ୍ରତିଶତରୁ ଅଧିକ ଲୋକ କହିଛନ୍ତି ଯେ ସ୍ୱାସ୍ଥ୍ୟ ସଙ୍କଟ ଏବଂ ଏହାର ପ୍ରତିବନ୍ଧକ ଯୋଗୁଁ ସେମାନଙ୍କ ଉପରେ କୌଣସି ନକାରାତ୍ମକ ପ୍ରଭାବ ପଡ଼ିନାହିଁ। ଏବଂ ଏହି ସର୍ଭେରେ ଅଂଶଗ୍ରହଣ କରିଥିବା ଚେନ୍ନାଇର ମାତ୍ର ୯ ପ୍ରତିଶତ ଲୋକ ଶତପ୍ରତିଶତ ଆୟର କ୍ଷତି ସହିଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ-ଏନସିଆର ୭୦ ପ୍ରତିଶତ ଲୋକଙ୍କ ଆୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଛି। ୧୬ ପ୍ରତିଶତ ଲୋକଙ୍କର ୧୦୦ ପ୍ରତିଶତ କ୍ଷତି ହୋଇଛି।
ଏହି ସର୍ବେକ୍ଷଣରେ ୫୬% ଲୋକ ପ୍ରକାଶ କରିଛନ୍ତିଯେ, ଋଣ ପରିଶୋଧ ପାଇଁ ମିଳିଥିବା ମୋରାଟୋରିୟମର ଫାଇଦା ଲାଭ କରିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, ଯେଉଁମାନେ ଲୋନ ମୋରାଟୋରିୟମ ଫାଇଦା ନେଇଥିଲେ ସେମାନଙ୍କ ମଧ୍ୟରୁ ୨୩ ପ୍ରତିଶତ ଲୋକଙ୍କର କୌଣସି ଆୟରେ ନକରାତ୍ମକ ପ୍ରଭାବ ପଡ଼ିନଥିଲା। ଏକ ଅନିଶ୍ଚିତ ଭବିଷ୍ୟତ ପାଇଁ ପାଣ୍ଠି ସଂରକ୍ଷଣ କରିବା ପାଇଁ କିମ୍ବା ଋଣ ମୋରାଟୋରିୟମର ସୁବିଧା ପାଇବାରେ ସୁଧ ମୂଲ୍ୟ ବୃଦ୍ଧି ବିଷୟରେ ସଚେତନତାର ଅଭାବ ହେତୁ ଏହା ଏକ ସତର୍କତାମୂଳକ ପଦ୍ଧତିର ଫଳାଫଳ ହୋଇପାରେ ବୋଲି ଏଥିରେ କୁହାଯାଇଛି।
କୌତୁହଳର ବିଷୟ, ଯେଉଁ ୪୪ ପ୍ରତିଶତ ଗ୍ରାହକ ମୋରାଟୋରିୟମ ଚୟନ କରିନଥିଲେ, ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ କହିଛନ୍ତି ଯେ ସେମାନେ ପୁନଃ ଋଣ ନେବା ଯୋଜନା କରୁଥୁବାରୁ ଏହି ମୋରାଟୋରିୟମ ସୁବିଧା ଚୟନ କରିନଥିଲେ।