ଭୁବନେଶ୍ୱର – ୮-୬ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୬ ମୁଣ୍ଡ। କରୋନା କାରଣରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କାରଣରୁ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଆଜି ଗଞ୍ଜାମରୁ ୩, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ରାୟଗଡ଼ାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୪୮ କୁ ବୃଦ୍ଧି ପାଇଥିବା ବେଳେ ଅନ୍ୟ କାରଣରୁ ମୃତ୍ୟୁ ସଂଖ୍ୟା ୧୩ କୁ ବୃଦ୍ଧି ପାଇଛି।
କରୋନା କାରଣରୁ ନିମ୍ନ ଲିଖିତ ବ୍ୟକ୍ତିମାନଙ୍କର ମୃତ୍ୟୁ ହୋଇଛି
୧- ରାୟାଗଡା ଜିଲ୍ଲାର ୮୦ ବର୍ଷ ବୟସ୍କ ପୁରୁଷ କରୋନା ରୋଗୀ କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗରେ ମଧ୍ୟ ପୀଡିତ ଥିଲେ ତାଙ୍କର ମୃତ୍ୟୁ ହୋଇଛି।
୨- ଗଞ୍ଜାମ ଜିଲ୍ଲାର ୫୬ ବର୍ଷ ବୟସ୍କ ପୁରୁଷ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି।
୩- କେନ୍ଦ୍ରାପଡା ଜିଲ୍ଲାର ୪୯ ବର୍ଷ ବୟସ୍କ ପୁରୁଷ କରୋନା ଆକ୍ରାନ୍ତ ମଧୁମେହରେ ମଧ୍ୟ ପୀଡିତ ଥିଲେ।
୪- ଭୁବନେଶ୍ୱରର ୫୫ ବର୍ଷ ବୟସ୍କ ପୁରୁଷ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।
୫- ଗଞ୍ଜାମର ୬୪ ବର୍ଷ ବୟସ୍କ ପୁରୁଷ କରୋନା ଆକ୍ରାନ୍ତ, ମଧୁମେହରେ ମଧ୍ୟ ପୀଡିତ ଥିଲେ।
୬- ଗଞ୍ଜାମର ୫୦ ବର୍ଷ ବୟସ୍କ ମହିଳା କରୋନା ରୋଗୀ, ମଧୁମେହରେ ମଧ୍ୟ ପୀଡିତ ଥିଲେ।
ଖୋର୍ଦ୍ଧା ଜିଲ୍ଲାର ୫୩ ବର୍ଷ ବୟସ୍କ ଜଣେ ଏଚ୍-ଆଇ-ଭି ପଜିଟିଭ୍ ପୁରୁଷ, ଯିଏକି କୋଭିଡ୍ ପାଇଁ ପଜିଟିଭ୍ ପରୀକ୍ଷା କରିଥିଲେ, ସେ ଏଚ୍-ଆଇ-ଭି- ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ କୋଭିଡ୍ ପଜିଟିଭ୍ ରୋଗରେ ଆକ୍ରାନ୍ତ ହୋଇଥିଲେ। ତାଙ୍କର ମୃତ୍ୟୁ ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ରାଜ୍ୟରେ ଆଜି ୫୨୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏହା ସହ ମୋଟ ଆକ୍ରାନ୍ତ ୧୦୬୨୪ କୁ ବୃଦ୍ଧି ପାଇଛି।
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୩୩୮
– ସ୍ଥାନୀୟ ଅଞ୍ଚଳରୁ୧୮୯
– ୨୬ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୨୧୫
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ
୧- ଅନୁଗୁଳ ଜିଲ୍ଲାରୁ – ୧
୨- ବାଲେଶ୍ୱର ଜିଲ୍ଲାରୁ – ୨୬
୩- ବରଗଡ଼ ଜିଲ୍ଲାରୁ – ୧
୪- ଭଦ୍ରକ ଜିଲ୍ଲାରୁ – ୨
୫- ବଲାଙ୍ଗୀର ଜିଲ୍ଲା: ୨୧
୬- କଟକ ଜିଲ୍ଲାରୁ – ୧୭
୭- ଢେଙ୍କାନାଳ ଜିଲ୍ଲାରୁ – ୧
୮- ଗଜପତି ଜିଲ୍ଲାରୁ – ୩
୯- ଗଞ୍ଜାମ ଜିଲ୍ଲାରୁ – ୨୧୫
୧୦- ଜଗତସିଂହପୁର ଜିଲ୍ଲାରୁ – ୪
୧୧- ଯାଜପୁର ଜିଲ୍ଲାରୁ – ୨୫
୧୨- ଝାରସୁଗୁଡ଼ା ଜିଲ୍ଲାରୁ – ୪
୧୩- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୫
୧୪- କେନ୍ଦୁଝର ଜିଲ୍ଲାରୁ – ୭
୧୫- ଖୋର୍ଦ୍ଧା ଜିଲ୍ଲା: ୫୦
୧୬- କୋରାପୁଟ ଜିଲ୍ଲାରୁ – ୬
୧୭- ମାଲକାନଗିରି : ୩
୧୮- ମୟୁରଭଞ୍ଜ ଜିଲ୍ଲାରୁ – ୧୦
୧୯- ନବରଙ୍ଗପୁର ଜିଲ୍ଲାରେ: ୩
୨୦- ନୟାଗଡ଼ ଜିଲ୍ଲାରୁ – ୧୮
୨୧- ନୂଆପଡ଼ା ଜିଲ୍ଲାରୁ – ୪
୨୨- ପୁରୀ ଜିଲ୍ଲାରୁ – ୧୬
୨୩- ରାୟଗଡ଼ା ଜିଲ୍ଲାରୁ – ୧
୨୪- ସମ୍ବଲପୁର ଜିଲ୍ଲାରୁ – ୧
୨୫- ସୋନପୁର ଜିଲ୍ଲାରୁ – ୫
୨୬- ସୁନ୍ଦରଗଡ଼ ଜିଲ୍ଲାରୁ – ୭୮
– ନୂଆ ସୁସ୍ଥ ହୋଇଥିଲେ୨୧୭
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି – ୩୦୮୬୯୮
– ମୋଟ ଆକ୍ରାନ୍ତ ୧୦୬୨୪
– ମୋଟ ସୁସ୍ଥ ହେଲେଣି ୬୭୦୩
– ସକ୍ରୀୟ ଆକ୍ରାନ୍ତ – ୩୮୬୦