ନୂଆ ଦିଲ୍ଲୀ ୧୬-୬ (ଓଡ଼ିଆ ପୁଅ) ମଙ୍ଗଳବାର ସକାଳେ ଜାମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାର ତୁର୍କୱାଗାନ୍ ଗ୍ରାମରେ ପୋଲିସ ଏବଂ ସେନା ମିଳିତ ଅପରେସନ୍ରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।
ସେନା ତରଫରୁ କୁହାଯାଇଛିଯେ, ସେନାର ରାଷ୍ଟ୍ରିୟ ରାଇଫଲ୍ସ କ୍ୟାମ୍ପଠାରୁ ୪୦୦ ରୁ ୫୦୦ ମିଟର ଦୂରରେ ଥିବା ଏନକାଉଣ୍ଟର ସ୍ଥାନରୁ ଦୁଇଟି AK-୪୭ ଏବଂ ଗୋଟିଏ INSAS ରାଇଫଲ ଉଦ୍ଧାର କରାଯାଇଛି।
୧୦ ଦିନ ତଳେ ଜିଲ୍ଲାର ଏହା ହେଉଛି ଚତୁର୍ଥ ଏନ୍କାଉଣ୍ଟର।
ଦକ୍ଷିଣ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ପୂର୍ବରୁ ଏନକାଉଣ୍ଟରରେ ୧୯ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।