Odiapua.com

Breaking News: କାର୍ ଭିତରେ ଶ୍ଵାସରୁଦ୍ଧ ହୋଇ ୩ ଶିଶୁ ମୃତ ..

ମୁମ୍ବାଇ: କାର୍ ଭିତରେ ଶ୍ଵାସରୁଦ୍ଧ ହୋଇ ତିନି ଜଣ ଶିଶୁ ମୃତ୍ୟୁ ବରଣ କରିଛନ୍ତି। ମହାରାଷ୍ଟ୍ରରେ ଘଟିଯାଇଛି ଏପରି ଏକ ଦୁଃଖଦ ଘଟଣା। ମହାରାଷ୍ଟ୍ରର ନାଗପୁର ଫାରୁକ୍ ନଗରରେ ତିନି ଜଣ ଶିଶୁ ଘର ପାଖରେ ଏକ କାର୍ ମଧ୍ୟରେ ଖେଳୁଥିବା ବେଳେ ଏପରି ଦୁର୍ଘଟଣା ଘଟିଯାଇଛି। କାର୍ ମଧ୍ୟରେ ଖେଳୁଥବା ବେଳେ କାରଟି ଲକ୍ ପଡି ଯାଇଥିଲା। ସେମାନେ ଆଉ ଡୋର୍ ଖୋଲି ପାରିନଥିଲେ। ଫଳରେ ଶ୍ଵାସ ରୁଦ୍ଧ ହୋଇ କାର୍ ଭିତରେ ତିନି ଜଣ ଜାକ ଶିଶୁ ମୃତ୍ୟୁ ବରଣ କଲେ। ତିନି ଶିଶୁଙ୍କ ମଧ୍ୟରେ ଦୁଇ ଜଣ ଭାଇ ଭଉଣୀ ହୋଇଥିବା ବେଳେ ଅନ୍ୟ ଜଣେ ପଡ଼ୋଶୀ ଘରର ଥିଲେ। ୪/୫ ବର୍ଷ ବୟସର ଏହି ଶିଶୁ ମାନେ ହେଲେ ଟୁଫିକ୍ ଫିରୋଜ ଖାନ୍, ଆଲିଆ ଫିରୋଜ୍ ଖାନ୍, ଆଫ୍ରିନ୍ ଇର୍ସାଦ ଖାନ୍। ରବିବାର ସନ୍ଧ୍ୟାରେ ତିନି ଶିଶୁଙ୍କ ମୃତଦେହ କାର୍ ମଧ୍ୟରୁ ଉଦ୍ଧାର କରାଯାଇଛି। ଶନିବାର ଦିନ ଅପରାହ୍ନରୁ ଏମାନେ ନିଖୋଜ ଥିଲେ। ସନ୍ଧ୍ୟା ସୁଦ୍ଧା ଏମାନେ ଘରକୁ ନ’ଫେରିବାରୁ ପରିବାର ଲୋକେ ଅପହରଣ ଆଶଙ୍କା କରି ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ରବିବାର ସନ୍ଧ୍ୟା ୭ ଟା ସମୟରେ ପୋଲିସ ଏମାନଙ୍କ ଘର ଠାରୁ ୫୦ ମିଟର ଦୂରରେ ଏକ ଏସୟୁଭି କାର୍ ପାର୍କିଂ ହୋଇ ରହିଥିବାର ଦେଖିଥିଲା। କାର୍ ଖୋଲିବା ପରେ ତିନି ଶିଶୁଙ୍କ ମୃତ ଶରୀର ସେଠାରୁ ମିଳିଥିଲା।

ସାବଧାନ୍: ଘରେ ପ୍ରେତାତ୍ମା ଥିଲେ ମିଳିଥାଏ ଏପରି ସଙ୍କେତ ..


-/DevD®ath