Home ଜିଲ୍ଲା ପରିକ୍ରମା ୱିଣ୍ଟର କାର୍ନିଭାଲ ଏକଦିବସୀୟ କ୍ରୀଡା ପ୍ରତିଯୋଗିତା

ୱିଣ୍ଟର କାର୍ନିଭାଲ ଏକଦିବସୀୟ କ୍ରୀଡା ପ୍ରତିଯୋଗିତା

6

ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସହରର ପୁରୁଣାବଜାରସ୍ଥିତ ମହାବୀର ପଡିଆ ଠାରେ ୱିଣ୍ଟର ଫୁଟବଲ କାର୍ନିଭାଲ ଏକଦିବସୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ପ୍ରଶୋସୀୟ ସଂସ୍ଥା ଓ ଗୋପାଳ କୃଷ୍ଣ ମହାପାତ୍ର ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ୧୦ ରୁ ଅଧିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାମିଲ ହୋଇ ଏହି ଫୁଟବଲ୍ ଖେଳରେ ଅଂଶଗ୍ରହଣ କରିଥିଲେ । ମୋଟ ୧୨୦ ଜଣ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିବାବେଳେ ୮ଟି ଟିମ୍ ଗଠନ ହୋଇଥିଲା । ଏହି ଦିନିକିଆ ଖେଳରେ ଗାନ୍ଧି ବାଳାଶ୍ରମ ଟିମ୍ ବିଜୟୀ ହୋଇଥିଲା । ଏଥିରେ ଅତିଥି ଭାବେ ରୋଭର୍ସ କ୍ଲବ୍‌ର ସଂପାଦକ ହରିହର ନନ୍ଦି, ବିଶିଷ୍ଟ ସମାଜସେବୀ ସେଖ୍ ଫାରୁକ, ଅନୱର ଅଲ୍ଲୀ, ସାଇ ପ୍ରସାଦ ମହାପାତ୍ର ଓ ପ୍ରଶୋସୀୟ ସଂସ୍ଥାର ସିନି ମହାନ୍ତି ଉପସ୍ଥିତ ରହି ବିଜେତା ଟିମ୍‌କୁ ପୁରସ୍କାର ପ୍ରଦାନ ପୂର୍ବକ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ପଦକ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.