ଭୁବନେଶ୍ଵର,୧୬/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ୭୪ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ ନିଜ ଜନ୍ମ ଦିନକୁ ସେ ପାଳନ କରିବେ ନାହିଁ ବୋଲି ସୂଚନା ଦେଇଛନ୍ତି । କାରଣ ବନି ଦ୍ବାରା ପ୍ରଭାବିତ ହୋଇଥିବା ଜନତାଙ୍କ ଉଦ୍ଦେଶ୍ୟରେ ସେ ତାଙ୍କ ଜନ୍ମଦିନ ପାଳନ କରିବେ ନାହିଁ । ଲଗାତର ଭାବେ ୫ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକ ଆଜି ନିଜ ଜନ୍ମଦିନକୁ କିଛି ଅଲଗା ଉଦ୍ଦେଶ୍ୟରେ କରିବେ । ଆଜି ବିଜେଡି ପକ୍ଷରୁ ଏକ ବିରାଟ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଯେଉଁଥିରେ ୧୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ କରାଯିବ । ତେବେ ମୁଖ୍ୟମନ୍ତ୍ରୀ ନିଜ ଶୁଭେଚ୍ଛୁ ମାନଙ୍କୁ କହିଛନ୍ତି ଯେ, ଭୁବନେଶ୍ୱର ନବୀନ ନିବାସ ନଆସି ନିଜ ନିଜ ଅଞ୍ଚଳରେ ଥିବା ଅନାଥାଶ୍ରମ ଓ ଭିନ୍ନକ୍ଷମଙ୍କ ପାଖକୁ ଯାଆନ୍ତୁ ଓ ସେମାନଙ୍କ ପାଇଁ କିଛି ଭଲ କାମ କରନ୍ତୁ । ସେମାନଙ୍କୁ ସହଯୋଗର ହାତ ବଢ଼ାନ୍ତୁ । ଖାଲି ସେତିକି ନୁହେଁ ନବୀନଙ୍କ ଜନ୍ମଦିନ ବ୍ୟତୀତ ନିଜ ନିଜର ଜନ୍ମ ଦିନ ଏବଂ ବିବାହ ଭଳି ବିଭିନ୍ନ ଉତ୍ସବ ସମୟରେ ଏହି ଦୁଃଖୀ ପିଲାଙ୍କ ପାଇଁ କିଛି ସାହାଯ୍ୟ କରିବାକୁ ନବୀନ ଆହ୍ୱାନ ଦେଇଛନ୍ତି ।