Home ଜିଲ୍ଲା ପରିକ୍ରମା ୬ ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ, ମୃତକଙ୍କ ସଂଖ୍ୟା ୨୨ ହେଲା

୬ ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ, ମୃତକଙ୍କ ସଂଖ୍ୟା ୨୨ ହେଲା

47

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଳାରୁ ଆଜି ଆଉ ନୂଆ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୭ହଜାର ୯୨ । ତେବେ ଆଉ ୨୩ ଜଣ ସୁସ୍ଥ ହେବା ପରେ ମୋଟ ସୁସ୍ଥଙ୍କ ସଂଖ୍ୟା ହୋଇଛି ୬ ହଜାର ୯୬୧ । ମାତ୍ର ୧୦୯ ଜଣ ଆକ୍ରାନ୍ତ ଆକ୍ଟିଭ୍ କେଶ୍ ଭାବେ ରହିଛି । ଅନ୍ୟ ପକ୍ଷରେ ଆଜି ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ମୃତକଙ୍କ ସଂଖ୍ୟାରେ ବୃଦ୍ଧି ଘଟି ୨୨ରେ ପହଞ୍ଚିଛି । ଆଜି ସୁଦ୍ଧା ଜିଲ୍ଲାରୁ ମୋଟ ୧ ଲକ୍ଷ ୫୪ ହଜାର ୮୨୭ ନମୁନା ପରୀକ୍ଷା ସରିଛି । ଆଜି ଯେଉଁ ୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନେ ଭଦ୍ରକ ବ୍ଲକର ଓଲଙ୍ଗ ପଞ୍ଚାୟତରୁ ଜଣେ, ଭଦ୍ରକ ପୌରପାଳିକାର ୨୮ ନଂ ୱାର୍ଡରୁ ଜଣେ, ଚାନ୍ଦବାଲି ବ୍ଲକର ବାଂଶଡା ପଞ୍ଚାୟତରୁ ଜଣେ, ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତରୁ ଜଣେ, ଦୋବଲ ପଞ୍ଚାୟତରୁ ଜଣେ, ତିହିଡି ବ୍ଳକର ଭାଟପଡା ପଞ୍ଚାୟତରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.