Home ଜିଲ୍ଲା ପରିକ୍ରମା ୫ ଦିନିଆ ଜିଲ୍ଲା ମହୋତ୍ସବ ଭଦ୍ରାୟଣୀ ଉଦ୍‌ଯାପିତ, ବଲିଉଡ଼୍ ସିଙ୍ଗର ଜାଭେଦ୍ ଅଲ୍ଲୀଙ୍କ ପାଇଁ ଷ୍ଟାଡ଼ିଅମ୍...

୫ ଦିନିଆ ଜିଲ୍ଲା ମହୋତ୍ସବ ଭଦ୍ରାୟଣୀ ଉଦ୍‌ଯାପିତ, ବଲିଉଡ଼୍ ସିଙ୍ଗର ଜାଭେଦ୍ ଅଲ୍ଲୀଙ୍କ ପାଇଁ ଷ୍ଟାଡ଼ିଅମ୍ ହେଲା ଜନସମୁଦ୍ର

21

ଭଦ୍ରକ, ୩୦ା୧ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଜାନୁୟାରୀ ୨୫ ତାରିଖରେ ଉଦ୍‌ଘାଟିତ ୫ ଦିନିଆ ଭଦ୍ରକର ଜିଲ୍ଲା ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଶେଷ ସନ୍ଧ୍ୟାରେ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମରେ ସବୋର୍ତ୍ତମ କାର୍ଯ୍ୟକ୍ରମ ବଲିଉଡ଼୍ ସିଙ୍ଗର ଜାଭେଦ୍ ଅଲ୍ଲୀଙ୍କ ପାଇଁ ନେହେରୁ ଷ୍ଟାଡ଼ିୟମ୍ ଜନ ସମୁଦ୍ରରେ ପରିଣତ ହୋଇଥିଲା । ଉଦ୍‌ଯାପନୀ ସନ୍ଧ୍ୟାରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ, ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ ପ୍ରମୁଖ ଯୋଗଦେଇ ଭଦ୍ରାୟଣୀର ପୂର୍ଣ୍ଣ ସଫଳତା ଉପରେ ଆଲୋକପାତ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ଉତ୍ତରୀୟ ଏବଂ ମୋମେଣ୍ଟୋ ପ୍ରଦାନ ପୂର୍ବକ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଶାନ୍ତି ଶୃଙ୍ଖଳାର ସହିତ ଉଦ୍‌ଯାପିତ ହେବାକୁ ଯାଉଥିବା ଭଦ୍ରାୟଣୀର ଚରମ ସଫଳତା ଭଦ୍ରକ ଜିଲ୍ଲାପାଇଁ ବଡ଼ ସମ୍ମାନର ବିଷୟ ବୋଲି ଅତିଥିମାନେ ପ୍ରକାଶ କରିବା ସହିତ ଏଥିପାଇଁ ପ୍ରଶାସନ, ପୋଲିସ, ଜନ ସାଧାରଣଙ୍କ ପୂର୍ଣ୍ଣ ସହଯୋଗର ପ୍ରଶଂସା କରିଥିଲେ । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଏସ୍‌.ପି.ବରୁଣ ଗୁଣ୍ଟପାଲି ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ତାରକା ଉଦ୍‌ଘୋଷକ ପୁପିନ୍ଦର ସିଂଙ୍କ ଆକର୍ଷଣୀୟ ଉଦ୍‌ଘୋଷଣାରେ ସିଜ୍‌ଲରର୍ସ ଡ୍ୟାନସ୍ ଗ୍ରୁପ୍‌ରୁ ଆରମ୍ଭ ଉଦ୍‌ଯାପନୀ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ଥିଲା ଅତ୍ୟନ୍ତ ଆକର୍ଷଣୀୟ । ଓଲିଉଡ଼୍ ସେଲିବ୍ରିଟି ଶୀତଲଙ୍କ ନୃତ୍ୟ ଡାଇଲଗ୍‌, କମେଡ଼ିଆନ୍ ଯୋଡ଼ି ପ୍ରଜ୍ଞା ଓ ଶଙ୍କରଙ୍କ କମେଡ଼ିର ଜଲୱା ଏବଂ ଓଲିଉଡ଼୍ ପ୍ଲେବ୍ୟାକ୍ ସିଙ୍ଗର ସ୍ମୃତିମୟୀଙ୍କ ସଙ୍ଗୀତ ଭରପୁର ଦର୍ଶକଙ୍କୁ ଝୁମାଇ ଚାଲିଥିଲା ବେଳେ ହଟ୍ କାର୍ଯ୍ୟକ୍ରମ ବଲିଉଡ଼୍‌ର ଖ୍ୟାତନାମା କଣ୍ଠଶିଳ୍ପୀ ପ୍ଲେବ୍ୟାଗ୍ ସିଙ୍ଗର ଜାଭେଦ୍ ଅଲ୍ଲୀଙ୍କ ମେଲୋଡ଼ି ଷ୍ଟାଡ଼ିୟମ୍‌ର ଖଚାଖଚ୍ ଜନ ସମୁଦ୍ରକୁ ନଚାଇ ଥିଲା ମଚାଇ ଥିଲା । ପ୍ରତିଦିନ ପରି ମହୋତ୍ସବର ଶେଷ ଦିନରେ ମଧ୍ୟ ଅପରାହ୍ନ ୩ଘଟିକା ସମୟରେ ଡ଼େପୁଟି କଲେକ୍ଟଟର ଓ ଉଦ୍‌ଘୋଷିକା କାଦମ୍ବରୀ ମିଶ୍ରଙ୍କ ପରିଚାଳନାରେ ବିଭିନ୍ନ ସ୍କୁଲ ଓ ଭଦ୍ରକ କଳା ସଂସ୍କୃତି ସଂଘ ଆନୁକୂଲ୍ୟରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.