Home ଜିଲ୍ଲା ପରିକ୍ରମା ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ଦିନିକିଆ ଭଦ୍ରକ ଗ୍ରସ୍ତ, ଭଦ୍ରକରେ ଗଡ଼ିବ ଲକ୍ଷ୍ମୀ ବସ୍ ,...

୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ଦିନିକିଆ ଭଦ୍ରକ ଗ୍ରସ୍ତ, ଭଦ୍ରକରେ ଗଡ଼ିବ ଲକ୍ଷ୍ମୀ ବସ୍ , ୫ଟଙ୍କାରେ ଯାତ୍ରା ସୁବିଧା ପାଇବେ ମହିଳା, ଛାତ୍ର ଓ ଦିବ୍ୟାଙ୍ଗ, ଆରଡ଼ି, ଅସୁରାଳି ଏବଂ ଭଦ୍ରକରେ ସାଧାରଣ ସଭା

37

ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ୫-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ ଭଦ୍ରକ ଜିଲ୍ଲାକୁ ଦିନିକିଆ ଗ୍ରସ୍ତରେ ଆସି ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ବନ୍ଧରେ ଜନସାଧାରଣଙ୍କ ସହିତ ବାର୍ତ୍ତାଳାପ କରିଥିଲେ । ଗସ୍ତର କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଥମେ ବାବା ଆଖଣ୍ଡଳମଣିଙ୍କ ପୀଠ ଆରଡ଼ି ଧାମରେ ପହଞ୍ôଚ ବାବାମଣିଙ୍କୁ ଦର୍ଶନ ଓ ପୂଜାପାଠ କରି ମନ୍ଦିର ବେଢ଼ା ପରିଦର୍ଶନ କରିଥିଲେ । ମନ୍ଦିରର ରୂପାନ୍ତରଣ ଓ ଉନ୍ନୟନ ନେଇ ପ୍ରଥମ ଦଫାରେ ଅନୁମୋଦିତ ଅର୍ଥରେ ନିର୍ମିତ କାର୍ଯ୍ୟ ସମ୍ବନ୍ଧରେ ବୁଝି କରି ଦ୍ୱିତୀୟ ଦଫାରେ ଅନୁମୋଦିତ ୪୨.୩୭ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ନୂତନ ପ୍ରକଳ୍ପ ଗୁଡ଼ିକର ମାନଚିତ୍ର ପରିଦର୍ଶନ କରି ସମୀକ୍ଷା କରିଥିଲେ । ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେଇ ମନ୍ଦିରର ଉନ୍ନୟନ ଓ ରୂପାନ୍ତରୀକରଣ କାର୍ଯ୍ୟ ନେଇ ସ୍ଥାନୀୟ ଜନସାଧାରଣଙ୍କ ସହ ବାର୍ତ୍ତାଳାପ କରିଥିଲେ । ସେଠାରେ ଜନସାଧାରଣଙ୍କ ଦ୍ୱାରା ପ୍ରଦତ୍ତ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ ଏବଂ ସାତ ଦିନ ମଧ୍ୟରେ ସେ ସବୁର ସମାଧାନ କାରାଯିବା ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ ।

ତିନିତର ସେତୁ ପାଇଁ ୮୦କୋଟି, ପଞ୍ଚୁଟିକିରି ଘାଟରୁ ପଞ୍ଚୁଟିକିରି ରାସ୍ତା ପର୍ଯ୍ୟନ୍ତ ସେତୁ ପାଇଁ ୫୦ କୋଟି ଟଙ୍କା, ଚାନ୍ଦବାଲି ସହରରେ ପାଇପ୍ ଜଳ ଯୋଗାଣ ପାଇଁ ୫୦ କୋଟି ଟଙ୍କା, ଧାମରାରେ ମତ୍ସ୍ୟଜୀବୀମାନଙ୍କ ସୁବିଧା ପାଇଁ ଫିସ୍ ଲ୍ୟାଣ୍ଡିଂ ସେଣ୍ଟର ପାଇଁ ୨୭ କୋଟି ଟଙ୍କା, ମା ଧାମରାଇ ମନ୍ଦିର ପାଇଁ ଏକ କୋଟି ଟଙ୍କା, ମା ପାଟୁଣି ମଙ୍ଗଳା ମନ୍ଦିର ପାଇଁ ଏକ କୋଟି ଟଙ୍କା, ଉଚ୍ଚ ମାଧ୍ୟମିକ ସ୍କୁଲ ରୂପାନ୍ତରଣ ପାଇଁ ୬ କୋଟି ଟଙ୍କା, ବିଭିନ୍ନ କମ୍ୟୁନିଟିର ମଠ ମନ୍ଦିର ରୂପାନ୍ତରଣ ପାଇଁ ୪କୋଟି ୫୦ଲକ୍ଷ ଟଙ୍କା, ଚାନ୍ଦବାଲି ପାଇଁ ଆଖଣ୍ଡଳମଣି ମନ୍ଦିର ସହ ବିଭିନ୍ନ ପ୍ରକଳ୍ପ ପାଇଁ ୩୫୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିବା ନେଇ ସୂଚନା ପ୍ରଦାନ କରିଥିଲେ । ଭଦ୍ରକରେ ଖୁବ୍ ଶୀଘ୍ର ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ କରାଯିବା ନେଇ ସେ ପ୍ରକାଶ କରିଥିଲେ । ପ୍ରତି ପଞ୍ଚାୟତରୁ ବ୍ଲକ ସଦର ମହକୁମାକୁ ଓ ବ୍ଲକ ରୁ ଜିଲ୍ଲାକୁ ଏହି ଯୋଜନାରେ ବସ୍ ଚାଲିବ । ସେଥିରେ ମହିଳା, ଛାତ୍ରଛାତ୍ରମାନେ ଓ ଦିବ୍ୟାଙ୍ଗମାନେ ୫ଟଙ୍କାରେ ଯାତ୍ରା କରିବାର ସୁବିଧା ପାଇ ପାରିବେ । ଗତ ଜୁନ୍ ୧୨ରେ ତାଙ୍କ ଗସ୍ତ ସମୟରେ ସେ ଗ୍ରହଣ କରିଥିବା ସମୁଦାୟ ୧୮୦ ଦରଖାସ୍ତ ମଧ୍ୟରୁ ୧୬୦ ଟିକୁ ଅନୁମୋଦନ କରାଯାଇ ଅର୍ଥ ପ୍ରେରଣ କରାଯାଇଛି । ନୂଆ ଓଡ଼ିଶା ଗଠନରେ ସାମିଲ ହେବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ଯେଉଁ ଓଡ଼ିଶାରେ ଗରିବମାନେ ବି ବଡ଼ ବଡ଼ ସ୍ୱପ୍ନ ଦେଖି ପାରିବେ ଓ ତାକୁ ସାକାର କରିପାରିବେ । ଗସ୍ତର ଦ୍ୱିତୀୟ କାର୍ଯ୍ୟକ୍ରମ ଅସୁରାଳି ଷ୍ଟାଡ଼ିୟମ୍ ଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ଶ୍ରୀଯୁକ୍ତ ପାଣ୍ଡିଆନ୍ ତାଙ୍କର ଗତ ଗସ୍ତର ୬ମାସ ମଧ୍ୟରେ ଧାମନଗର ପାଇଁ ୧୦୦ କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦନ କରାଯାଇଥିବା ପ୍ରକାଶ କରିଥିଲେ ।

ଧାମନଗର ବାଇପାସ୍ ରାସ୍ତା ପାଇଁ ୧୨ କୋଟି, ଧାମନଗର ସି.ଏଚ୍‌.ସି. ଉନ୍ନତିକରଣ ପାଇଁ ୧୨ କୋଟି, ଖାନକା ପରିସରରେ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ୩ କୋଟି, ତିହିଡ଼ିର କାନ୍ତକବିଙ୍କ ପୀଠର ଉନ୍ନତି ପାଇଁ ୫୦ ଲକ୍ଷ, ଦପାନାୟକାଣୀ ମନ୍ଦିର ପାଇଁ ୫୦ ଲକ୍ଷ, ଧାମନଗରର ଥିବା ସମୁଦାୟ ୨୧ଟି କଲେଜର ରୂପାନ୍ତରୀକରଣ ପାଇଁ ୧୦କୋଟି ଟଙ୍କା ଅନୁମୋଦନ କରାଯିବା ସହ ବୈତରଣୀ ବନ୍ଧ ଓ ବନ୍ଧ ରାସ୍ତା ସଶକ୍ତ କରାଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅଛି ବୋଲି ପ୍ରକାଶ କରିଥିଲେ । ନେହେରୁ ଷ୍ଟାଡ଼ିୟମ, ଭଦ୍ରକ ଠାରେ ଆୟୋଜିତ ଦିନିକିଆ ଭଦ୍ରକ ଜିଲ୍ଲାଗସ୍ତ ଓ ଶେଷ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ ଆୟୋଜିତ ସାଧାରଣ ସଭାରେ ବିଭିନ୍ନ ବର୍ଗର ଲୋକଙ୍କ ସହିତ ଭଦ୍ରକର ବିକାଶ ନେଇ ବିଭିନ୍ନ ବିଷୟରେ ବାର୍ତ୍ତାଳାପ କରିଥିଲେ । ଭଦ୍ରାକାଳୀ ମନ୍ଦିର, ମୋଚି ଛକ ରୁ ଭଦ୍ରାକାଳୀ ମନ୍ଦିରକୁ ରାସ୍ତା ନିର୍ମାଣ, ନେହେରୁ ଷ୍ଟାଡ଼ିୟମ୍ ଉନ୍ନତିକରଣ ଆଦି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ ଅର୍ଥ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲାର ସମସ୍ତ କାର୍ଯ୍ୟ ୬ ରୁ ୮ମାସ ମଧ୍ୟରେ ଶେଷ ହେବା ନେଇ ସୂଚନା ଦେଇଥିଲେ । ପ୍ରତି ପଞ୍ଚାୟତରେ ବ୍ୟାଙ୍କ ପ୍ରତିଷ୍ଠା ନେଇ ମଧ୍ୟ ସେ ସୂଚନା ପ୍ରଦାନ କରିଥିଲେ । ମାନ୍ୟବର ଚାନ୍ଦବାଲି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଡ଼. ବ୍ୟୋମକେଶ ରାୟ, ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ୍ , ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଏସ୍‌.ପି. ବରୁଣ ଗୁଣ୍ଟୁପାଲି, ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ସି.ଡ଼ି.ଓ. ସରୋଜ କୁମାର ପାତ୍ର, ଉପଜିଲ୍ଲାପାଳ ମନୋଜ ପାତ୍ର, ସ୍ୱତନ୍ତ୍ର ଭୂଅର୍ଜ୍ଜନ ଅଧିକାରୀ କାର୍ତ୍ତିକନାଥ ମଣ୍ଡଳ ପ୍ରମୁଖଙ୍କ ସହ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ସଂପୃକ୍ତ କାର୍ଯ୍ୟକ୍ରମ ସ୍ଥଳୀରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.