Home କେନ୍ଦୁଝର ୫୨ଜଣ କନିଷ୍ଠ ଶିକ୍ଷକଙ୍କୁ ମିଳିଲା ନିୟମିତର ମାନ୍ୟତା

୫୨ଜଣ କନିଷ୍ଠ ଶିକ୍ଷକଙ୍କୁ ମିଳିଲା ନିୟମିତର ମାନ୍ୟତା

36

ହାଟଡିହି-୩୦/୭: (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲାର ୬୯୮ଜଣ କନିଷ୍ଠ ଶିକ୍ଷକ ୨୦୧୯ ଡିସେମ୍ବରରୁ ନିୟମିତ ଶିକ୍ଷକ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ସେମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ଦିଆଯାଇ ନଥିଲା । ଏହାକୁନେଇ ଶିକ୍ଷକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଶେଷରେ କେନ୍ଦୁଝର ଡିପିସିଙ୍କ ଚିଠିନଂ ୧୮୮୯ ତା ୨୬/୭/୨୦୧ ରେ ଜିଲ୍ଲାର ୬୯୮ଜଣଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ମିଳିଥିବାବେଳେ ହାଟଡିହି ବ୍ଲକର ୫୨ଜଣ କନିଷ୍ଠ ଶିକ୍ଷକଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରାଯାଇ ଅନୁମତିପତ୍ର ଦିଆଯାଇଛି । ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟଙ୍କ ଚିଠିନଂ ୧୮୨୭ ତା ୨୯/୦୭/୨୦୨୧ ରେ ୫୨ଜଣ କନିଷ୍ଠ ଶିକ୍ଷକଙ୍କୁ ନିୟମିତ ଶିକ୍ଷକଭାବେ ଅନୁମତି ପତ୍ର ପ୍ରଦାନ କରାଯାଇଛି । ଆଜି ହାଟଡିହି ବ୍ଲକ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଇଓ ସୁରଥ କୁମାର ସାହୁ, ଏବିଇଓ ଧନେଶ୍ୱର ଖଣ୍ଡେଇ, ସୁରେଶ କୁମାର ଜେନା ପ୍ରମୁଖ ଯୋଗଦେଇ ଏହି କନିଷ୍ଠ ଶିକ୍ଷକ ମାନଙ୍କୁ ଅନୁମତିପତ୍ର ପ୍ରଦାନ କରିଥିଲେ । ଏଥିରେ ଶିକ୍ଷକ ସଂଘର ସଭାପତି ଦେବାଶିଷ ବାରିକ, ଅନିରୁଦ୍ଧ ବିଶ୍ୱାଳ, ସନାତନ ବାରିକ, ଆଲୋକ କୁମାର ସାହୁ, ସୁମନ୍ତ କୁମାର ନାୟକ ପ୍ରମୁଖ ସଂଘ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଦୀର୍ଘ୧୯ମାସ ପରେ ସେମାନଙ୍କୁ ଏହି ମାନ୍ୟତା ଦିଆଯାଇଥିବାରୁ ଶିକ୍ଷକ ମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ସେମାନେ ଏନେଇ ଜିଲ୍ଲାପାଳ, ଡିପିସି , ବିଇଓ ଏବଂ ଏବିଇଓଙ୍କୁ କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.