Home ଜିଲ୍ଲା ପରିକ୍ରମା ୫ମ ଦିବସରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ନୂଆ-ଓ’ ଯୋଜନା...

୫ମ ଦିବସରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ନୂଆ-ଓ’ ଯୋଜନା କାର୍ଯ୍ୟକ୍ରମରେ ଯୋଗ ପ୍ରଶିକ୍ଷଣ

52

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ ପକ୍ଷରୁ ‘ନୂଆ-ଓ’ ଯୋଜନା କାର୍ଯ୍ୟକ୍ରମ ଗତ ୪ ଦିନ ଧରି ଚାଲିଆସିଥିବାବେଳେ ଆଜି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୫ମ ଦିନରେ ପହଞ୍ôଚଛି । ଏହି ଦିବସରେ ଏକ ବିଶାଳ ‘ଯୋଗ’ ଶିବିର ମହାବିଦ୍ୟାଳୟର ପେଣ୍ଡେଲ ନିକଟରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଯୋଗ ଶିକ୍ଷକ ଭରତ କୁମାର ବାରିକ ନିଜର ଦୁଇଜଣ ସହାୟକଙ୍କ ସହାୟତାରେ ପରିଚାଳନା କରିଥିଲେ । ଯୋଗଦ୍ୱାରା ମନୁଷ୍ୟ କିଭଳି ସୁସ୍ଥ ସବଳ ହୋଇପାରିବା ସହ ସମାଜକୁ କିଭଳି ସଂସ୍କାର ଆଣି ସମସ୍ତଙ୍କ ମଧ୍ୟରେ ଏକତାର ମହାମନ୍ତ୍ର ବୁଣିପାରିବ, ତାହା ଏହି ଶିବିରର ମୂଳ ଲକ୍ଷ୍ୟ ଥିଲା । ବିଭିନ୍ନ ଯୋଗାସନ ଦ୍ୱାରା ଛାତ୍ରଛାତ୍ରୀ ଓ ସ୍ଥାନୀୟ ଅଧିବାସୀଙ୍କୁ ଯୋଗଶିକ୍ଷକମାନେ ଅବଗତ କରାଇଥିଲେ । ମହାବିଦ୍ୟାଳୟର ଏତାଦୃଶ କାର୍ଯ୍ୟ ବୁଦ୍ଧିଜୀବୀ ମହଲରେ ବେଶ୍ ପ୍ରଶଂସିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦୁର୍ଗାଶଙ୍କର ଦାସ, ନୋଡାଲ ଅଫିସର ଡ. ଲକ୍ଷ୍ମୀକାନ୍ତ ନାୟକ ଓ ଡ. ଅଜିତ୍ କୁମାର ଦାସ, ସାମାଜିକ କାର୍ଯ୍ୟକଳାପର ସଂଯୋଜକ ଡ. ପଦ୍ମନାଭ ପତ୍ରୀ ଓ ଡ. ସ୍ୱପ୍ନା ସୋନାଲିକା ଜେନା, ଅଧ୍ୟାପକ ଡ. ସୁଦର୍ଶନ ଦାସ, ଅଧ୍ୟାପକ ଡ. ନାରାୟଣ ବେହେରା, ଅଧ୍ୟାପକ ଡ. ସତ୍ୟନାରାୟଣ ବାରିକ ଏବଂ ଅଧ୍ୟାପକ ଡ. ସଂଜୟ କୁମାର ଶତପଥୀ ପ୍ରତ୍ୟକ୍ଷ ଭାବେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.