Home ଜିଲ୍ଲା ପରିକ୍ରମା ୫ଟି ବିଦ୍ୟାଳୟ କାର୍ଯ୍ୟ, ମୁଖ୍ୟମନ୍ତ୍ରୀଙ୍କ ସହ ହେଲା ଆଭାସି ଆଲୋଚନା

୫ଟି ବିଦ୍ୟାଳୟ କାର୍ଯ୍ୟ, ମୁଖ୍ୟମନ୍ତ୍ରୀଙ୍କ ସହ ହେଲା ଆଭାସି ଆଲୋଚନା

23

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ୧୩ ଉଚ୍ଚ ବିଦ୍ୟାଳୟର ୫ଟି ରୂପାନ୍ତିରତ କାର୍ଯ୍ୟ ସମ୍ପର୍କରେ ପ୍ରଧାନଶିକ୍ଷକ, ସରପଞ୍ଚ ଓ ଛାତ୍ରଛାତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ସମୀକ୍ଷା ଆଜି ହୋଇଯାଇଛି। ବ୍ଲକ ଭିଡିଓ କନଫରେନ୍ସିଂ ହଲରେ ବିଡିଓ ଦେବଦତ୍ତ ଦାଶ, ବ୍ଲକ ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ଙ୍କ ସମେତ ତୃତୀୟ ପର୍ଯ୍ୟାୟରେ ୫ଟି କାର୍ଯ୍ୟ ଚାଲରହିଥିବା ବନ୍ଦାଳୋ-ମଢିଆଳି ହାଇସ୍କୁଲ ପ୍ରଧାନଶିକ୍ଷକ ସୁଦର୍ଶନ ସେଠୀ, ସରପଞ୍ଚ ବିଶ୍ୱନାଥ ସାହୁ ଓ ଛାତ୍ର ରହିସା ଫିରଦୋଷ, କଣ୍ଟି ହାଇସ୍କୁଲ ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ମଲ୍ଲିକ, ପୂରାତନ ଛାତ୍ରସଂସଦ ସଭାପତି ଭାଗ୍ୟେଶ୍ୱର ବେହେରା, କୁରିଗାଁ ବିଜୟ ଗୋବିନ୍ଦ ହାଇସ୍କୁଲ ପ୍ରଧାନଶିକ୍ଷକ ରଜନୀକାନ୍ତ ମଲ୍ଲିକ, ସରପଞ୍ଚ ସାଧନାଞ୍ଜଳୀ ମହାପାତ୍ର, ମାଳଦା ହାଇସ୍କୁଲ ପ୍ରଧାନଶିକ୍ଷକ ଗୌତମ ପାତ୍ର ଓ ସରପଞ୍ଚ ମିନତୀ ପରିଡା, ଶଙ୍ଖୁଳା କଳ୍ପତରୁ ହାଇସ୍କୁଲ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ଦାସ, ନାଆମୀ ସରପଞ୍ଚ ସଶ୍ମିତା ସେଠୀ, ଛାତ୍ରୀ ସୁବାସିନୀ ସେନାପତି, ନପଙ୍ଗ ଚଣ୍ଡିମାତା ହାଇସ୍କୁଲ ପ୍ରଧାନଶିକ୍ଷୟତ୍ରୀ ସ୍ମୀତା ସାମଲ, ଏସଏମସି ସଭାପତି ପ୍ରୀତିକାନ୍ତ ନାୟକ, ମହୁରା ଉନ୍ନିତ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ମହାରଣା, ସରପଞ୍ଚ ସତ୍ୟବ୍ରତ ପାଲ, ଛାତ୍ରୀ ମଧୁମିତା ରାଉତ, ମୋବାରକପୁର ହାଇସ୍କୁଲ ପ୍ରଧାନଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ସେଠୀ, ସରପଞ୍ଚ ଅନିତା ରାଉତ, ବେଲଗଡିଆ ହାଇସ୍କୁଲ ପ୍ରଧାନଶିକ୍ଷକ ବିଷ୍ଣୁ ଚରଣ ନାୟକ, ଛାତ୍ରୀ ରିପ୍ସା ସ୍ୱାଇଁ, ଖଡିସିଙ୍ଗା ହାଇସ୍କୁଲ ପ୍ରଧାନଶିକ୍ଷକ ଜୟସିଂ ସର୍ଦ୍ଦାର, ରାମଚନ୍ଦ୍ରପୁର ସରପଞ୍ଚ ରେଣୁବାଳା ରାଉତ, ମଞ୍ଜୁରୀବଳଦେବଜୀଉ ହାଇସ୍କୁଲ ପ୍ରଧାନଶିକ୍ଷକ ତାରେଣୀ ସେଠୀ, ସରପଞ୍ଚ ସୁଜାତା ସାହୁ, ପ୍ରଭାକର ମହାନ୍ତି ଉଚ୍ଚ ବିଦ୍ୟାପୀଠ ପ୍ରଧାନଶିକ୍ଷୟତ୍ରୀ ସୁକାନ୍ତିଲତା ମହାନ୍ତି, ସରପଞ୍ଚ ରମେଶ ଚନ୍ଦ୍ର ଜେନା, ଛାତ୍ର ପ୍ରିୟାଂଶୁ ଶେଖର ସାହୁ, ବନସ୍ତା ରାଜକିଶୋର ଗ୍ରାମମଙ୍ଗଳ ଉଚ୍ଚବିଦ୍ୟାପୀଠ ପ୍ରଧାନଶିକ୍ଷକ ଦେବେନ୍ଦ୍ର କୁମାର ଜେନା ତେସିଙ୍ଗା ସରପଞ୍ଚ ଧନେଶ୍ୱର ଖୁଣ୍ଟିଆ କାର୍ଯ୍ୟର ଅଗ୍ରଗତି ଓ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଭ୍‌କ ସହ ଆଲୋଚନା କରିଥିଲେ। ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ମୀନକେତନ ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.