Home ଜିଲ୍ଲା ପରିକ୍ରମା ୪.୫ କୋଟି ବ୍ୟୟ ଅଟକଳରେ ପିଏମ୍‌ଜିଏସ୍‌ୱାଇ ଫେଜ୍‌-୩ ର ଭିତ୍ତିପ୍ରସ୍ଥର ସ୍ଥାପନ ଉତ୍ସବ

୪.୫ କୋଟି ବ୍ୟୟ ଅଟକଳରେ ପିଏମ୍‌ଜିଏସ୍‌ୱାଇ ଫେଜ୍‌-୩ ର ଭିତ୍ତିପ୍ରସ୍ଥର ସ୍ଥାପନ ଉତ୍ସବ

50

ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ଓ ବିଧାୟକ ସଂଜୀବ ମଲ୍ଲିକଙ୍କ ଦ୍ୱାରା ବହୁଦରଡା ପଂଚାୟତ ଠାରେ ଫେଜ-୩ ର ପ୍ରାୟ ୩ କୋଟି ୧୯ ଲକ୍ଷ ଟଙ୍କା ବ୍ୟୟ ଅଟକଳ ସମେତ ରକ୍ଷଣାବେକ୍ଷଣ ବାବଦ ଅତିରିକ୍ତ ୧ କୋଟିକୁ ମିଶାଇ ପ୍ରାୟ ୪.୫ କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ସଂଯୋଗୀ କରଣର ଭିତ୍ତିପ୍ରସ୍ଥର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ରାସ୍ତା ବେତଡା, ବହୁଦରଡା, ଅଣ୍ଡାଇପଲାଇ, କଳାହାଣ୍ଡିଆ ଗ୍ରାମକୁ ସଂଯୋଗୀ କରଣ କରିବା ସହ ଏଥିରେ ୩ ପଂଚାୟତର ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ଉପକୃତ ହେବେ ବୋଲି ବହୁଦରଡା ଠାରେ ଅନୁଷ୍ଠିତ ଉତ୍ସବରେ ସାଂସଦ ଶ୍ରୀମତୀ ମଣ୍ଡଳ ଓ ବିଧାୟକ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି । ଏହାବ୍ୟତୀତ ଏହି ଅଂଚଳରେ ମା’ କାଳୀତ୍ରାଙ୍କ ପୀଠର ଉନ୍ନତିକରଣ ସହ ବହୁବିଧ ବିକାଶ ମୂଳକ କାର୍ଯ୍ୟ କରାଯାଉଥିବା ନେଇ ଶ୍ରୀ ମଲ୍ଲିକ ସୂଚନା ଦେଇଥିଲେ । ଏହି ରାସ୍ତାଟି ୧୬ନଂ ଜାତୀୟ ରାଜପଥ ବହୁଦରଡା ଛକଠାରୁ କଳାହାଣ୍ଡିଆ ରେଲ୍‌ୱେ ଗେଟ୍ ଭାୟା ଖାନାବାରୀ ରାସ୍ତାକୁ ସଂଯୋଗୀ କରୁଛି । ଏଥି ଉପଲକ୍ଷେ ଦୁଇଟି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବହୁଦରଡା ସରପଞ୍ଚ ତଥା ଭଦ୍ରକ ଜିଲା ବିଜୁ ଯୁବ ଜନତା ଦଳର ସଭାପତି ମୁକୁନ୍ଦଦେବ ସାମଲ, ଅଣ୍ଡାଇପଲ୍ଲୀର ସରପଞ୍ଚ ଆଶୁତୋଷ ପ୍ରଧାନ, ସମିତିସଭ୍ୟ ମୂର୍ମୁମୟୀ ବେହେରା, ସମିତିସଭ୍ୟ ପ୍ରତିନିଧି ପ୍ରକାଶ ମହାପାତ୍ର, ଆର.ଏନ. ବେତାରର ସମିତି ସଭ୍ୟ ଲକ୍ଷ୍ମୀପ୍ରିୟା ସ୍ୱାଇଁ , ନାଏବ ସରପଞ୍ଚ ପ୍ରତିନିଧି କମଳାକାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.