Home ଜିଲ୍ଲା ପରିକ୍ରମା ୪ ଦଫା ଦାବୀରେ ପ୍ରାଣୀ ଚିକିତ୍ସା ସେବା ସଂଘ ପକ୍ଷରୁ ସମୂହ ଛୁଟି ଆନ୍ଦୋଳନ ୫ମ...

୪ ଦଫା ଦାବୀରେ ପ୍ରାଣୀ ଚିକିତ୍ସା ସେବା ସଂଘ ପକ୍ଷରୁ ସମୂହ ଛୁଟି ଆନ୍ଦୋଳନ ୫ମ ଦିନରେ

15

ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘ ପକ୍ଷରୁ ଭଦ୍ରକର ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାଣୀ ଚିକିତ୍ସକମାନଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ସମୂହ ଛୁଟି ଆନ୍ଦୋଳନ ୫ମ ଦିନରେ ପହଞ୍ôଚଛି । ଦୀର୍ଘ ୨୨-୨୩ ବର୍ଷ ଧରି ବିନା ପଦୋନ୍ନତିରେ ୩ ଗୁଣ କାର୍ଯ୍ୟଭାର ଗ୍ରହଣ କରି ନିଜର ସେବା ଜାରି ରଖିଥିବା ଓଡ଼ିଶାର ପ୍ରାଣୀ ଚିକିତ୍ସକମାନେ ଦୀର୍ଘଦିନ ଧରି ସେମାନଙ୍କର ଦାବି ସରକାରଙ୍କ ନିକଟରେ ଜଣାଇ ଆସୁଥିଲେ ମଧ୍ୟ ସରକାର ସେସବୁ ପ୍ରତି କର୍ଣ୍ଣପାତ ନକରିବାରୁ ବିତସ୍ପୃହ ହୋଇ ରାଜ୍ୟର ସମସ୍ତ ପ୍ରାଣୀ ଚିକିତ୍ସକ ଗତ ୧୮ ତାରିଖରୁ ସାମୂହିକ ଛୁଟି ରହି ଏହି ଆନ୍ଦୋଳନ ଜାରି ରଖିଛନ୍ତି । ସଂଘର ଦାବୀ ମୂଳେ ପ୍ରାଣୀ ଚିକିତ୍ସା ସେବା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣ ଯଥା ୨୪ ଘଣ୍ଟା ସେବା ବ୍ୟବସ୍ଥା, ବିଶେଷଜ୍ଞ ସେବା ବ୍ୟବସ୍ଥା, ଜଟିଳ ରୋଗାକ୍ରାନ୍ତ ପ୍ରାଣୀମାନଙ୍କ ସ୍ଥାନାନ୍ତରଣ ସୁବିଧା ଓ ନିଶୁଳ୍କ ସେବା, ସମସ୍ତ ପ୍ରାଣୀ ଚିକିତ୍ସକଙ୍କୁ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ଚିକିତ୍ସକଙ୍କ ସହ ସମାନ ପଦୋନ୍ନତି (ଡିଏସିପି) ସୁବିଧା ଓ ସେମାନଙ୍କ ବେତନ ହାରରେ ଏନ୍‌ପିଏ ପ୍ରଦାନ, ରାଜ୍ୟରେ ପ୍ରାଣୀଗଣନା ଓ ଜନସାଧାରଣଙ୍କ ଆବଶ୍ୟକତା ଆଧାରରେ ଡାକ୍ତରୀ ପଦବୀ ସୃଷ୍ଟି, ନିଯୁକ୍ତି ଓ କ୍ୟାଡରର ପୁନଃ ଗଠନ ରହିଛି । ଜିଲା ପ୍ରାଣୀ ଚିକିତ୍ସାଳୟର ମୁଖ୍ୟ ନିର୍ଦ୍ଦେଶକ ଗଂଗାଧର ରାଉଳ, ଡାକ୍ତର ରାଜେଶ କୁମାର କୁଅଁର, ଡାକ୍ତର ନିରାକାର ଜେନା, ଡାକ୍ତର ରାଜେଶ କୁମାର ସାହୁ, ଡାକ୍ତର ସତ୍ୟଜିତ୍ ସାହୁ, ଡାକ୍ତର ଯୋଗମାୟା ସିଂହ, ଡାକ୍ତର ରଶ୍ମିରେଖା ସେଠୀ, ଡାକତ୍ର ସୁନୟନା ନାୟକ, ଡାକ୍ତର ଝାନ୍ସିରାଣୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.