Home ଓଡ଼ିଶା ୪ ଗିରଫ ୫୦ ଲିଟର ହାତ ରନ୍ଧା ଦେଶୀ ମଦ, ୨୫ ହଜାର ଟଙ୍କା ଅଟୋ...

୪ ଗିରଫ ୫୦ ଲିଟର ହାତ ରନ୍ଧା ଦେଶୀ ମଦ, ୨୫ ହଜାର ଟଙ୍କା ଅଟୋ ଜବତ

239

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୫/୦୫-ରଣପୁର ଅଂଚଳରେ ଲକ୍‌ଡାଉନ୍ ଯୋଗୁଁ ସମସ୍ତ ସରକାରୀ ବିଦେଶୀ, ଦେଶୀ ମଦ ଦୋକାନ ବନ୍ଦ ଥିଲା ବେଳେ ଚୋରା ଦେଶୀ ହାତରନ୍ଧା ମଦ ବେପାରୀମାନେ ସକ୍ରିୟ ହୋଇ ଉଠିଛନ୍ତି । ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶ ଗତ ୧୪ ତାରିଖ ସଂଧ୍ୟାରେ ବିଶେଷ ସୁତ୍ରରୁ ଖବର ପାଇଲେଯେ ଖୋର୍ଦ୍ଧା ଜିଲ୍ଲା ସିକୋ ଅଂଚଳର କିଛି ବ୍ୟକ୍ତି ରଣପୁର ଥାନା ଲୁଣି ସାହିରୁ ଦେଶୀ ମଦ ନେବା ପାଇଁ ଯୋଜନା କରୁଛନ୍ତି । ତେଣୁ ପୋଲିସ୍ ସାଧା ପୋଷାକରେ ଅସୁରକୁମାରୀ ଛକରେ ଜଗି ରହିଥିଲେ । ଏକ ଅଟୋ ରିକ୍ସା ରେ ମଦ ଧରି ଆସିବା ସମୟରେ ପୋଲିସ୍ ଶଙ୍ଖମୁଳ ଛକରେ ଅଟକାଇଥିଲେ । କିନ୍ତୁ ମଦ ବେପାରୀମାନେ ନ ମାନି ଜୋର ରେ ଅଟୋ ଧରି ପଳାଇ ଆସିଥିଲେ ।

ପୋଲିସ୍ ପିଛା କରି ରଣପୁରଠାରେ ଙଊ ୩୩ ତ ୮୦୩୬ ନମ୍ବର ଅଟୋକୁ କାବୁ କରି ନେଇଥିଲେ । ଅଟୋରେ ଥିବା ୫୦ଲିଟର ମଦକୁ ଜବତ କରିବା ସହ ମଦ ଚୋରା ଚାଲାଣ କରୁଥିବା ସିକୋ ପାଚିଲାଆମ୍ବ ସାହିର ସନ୍ତୋଷ ସେଠୀ, ଅର୍ଜୁନ ପରିଡା ଓ ପ୍ରତାପ ମହାରଣାଙ୍କୁ ଗିରଫ କରିଥିଲେ । ଚୋରା ମଦ ଚାଲାଣକାରୀ ମାନେ ପୋଲିସ୍ କୁ ୨୫ ହଜାର ଟଙ୍କା ଲାଂଚ ଯାଚିଥିଲେ । ତେଣୁ ସେହି ଯାଚିଥିବା ଲାଂଚ ଟଙ୍କା ୨୫ ହଜାରକୁ ମଧ୍ୟ ପୋଲିସ୍ ଜବତ କରିଥିବା ଜଣା ପଡିଛି । ସୁଚନା ପାଇ ମଦ କିଣି ଆଣିଥିବା ଲୁଣି ସାହିର ମହେଶ୍ୱର ଦଳ ବେହେରା ଓ ମୁନାଙ୍କୁ ମଧ୍ୟ ପୋଲିସ୍ ଗିରଫ କରିଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.