ମୁମ୍ବାଇ: ବୁଧବାର ଦିନ କାରବାର ଆରମ୍ଭରେ ବିଏସଇ ସେନ୍ସେକ୍ସ ଚଳିତ ବର୍ଷ ୫ ଜୁଲାଇ ପରେ ପ୍ରଥମ ଥର ୪୦,୦୦୦ ଅଙ୍କ ପାର କରିଛି।ଏହି ସମୟରେ ସେନ୍ସେକ୍ସ ୨୬୮ ଅଙ୍କ ବଢ଼ି ୪୦,୧୦୦ ଏବଂ ନିଫ୍ଟି ଦିନର ଉଚ୍ଚତମ ସ୍ତର ୧୧,୮୮୩ରେ ପହଞ୍ଚିଛି।ସୂଚନାଯୋଗ୍ୟ ଏହା ପୂର୍ବରୁ ଜୁନ ୪ରେ କାରବାର ସତ୍ରରେ ସେନ୍ସେକ୍ସ ୪୦,୩୧୨ର ସର୍ବ କାଳୀନ ଉଚ୍ଚତମ ସ୍ତରରେ ପହଞ୍ଚିଥିଲା।//ଦେବଦତ୍ତ ରଥ