Home ଜିଲ୍ଲା ପରିକ୍ରମା ୩ ଦିନ ପରେ ଖୋଲାମେଲାରେ ଅନଲୋଡ ହେଲା ପିଡିଏସ ଚାଉଳ; ଖାଉଟିଙ୍କ ମତ ଠିକ ପାଉଛୁ

୩ ଦିନ ପରେ ଖୋଲାମେଲାରେ ଅନଲୋଡ ହେଲା ପିଡିଏସ ଚାଉଳ; ଖାଉଟିଙ୍କ ମତ ଠିକ ପାଉଛୁ

15

ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକରେ ପିଡିଏସ ସାମଗ୍ରୀ ଅନୀୟମିତା କେଳେଙ୍କାରୀ ଥମିବାର ନା’ ଧରୁନି । ବ୍ଳକର ରାଜେନ୍ଦ୍ରପୁର ପଞ୍ଚାୟତ ପାଇଁ ନିଯୁକ୍ତ ଡିଲର ଲକ୍ଷ୍ମୀନାରାୟଣ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଡିସେମ୍ବର ମାସର ଅନ୍ତୋଦୟ ଚାଉଳ, ନଭେମ୍ବର ଓ ଡିସେମ୍ବର ମାସର ଚାଉଳ ସହ ନଭେମ୍ବର ମାସର ଗହମ ମୋଟ ଛଅଶହ ବସ୍ତା ଖାଦ୍ୟ ସାମଗ୍ରୀ ପରିବହନ କରି ଆଣିଥିବା ଓଡି ୦୫ ଏଏଚ ୬୬୧୫ ନଂ ଟ୍ରକ ଯୋଗେ ଗତ ୧୦ ତାରିଖରେ ଧାମନଗର ଛକ ଗୋଦାମରୁ ପରିବହନ କରାଯାଇଥିଲା । ହେଲେ ତିନି ଦିନ ବାର ଓଳି ଶୁଣ୍ଢିପିଣ୍ଢା ହେବା ପରେ ଡିଲର ପଏଣ୍ଟରେ ୧୨ ତାରିଖ ଅପରାହ୍ନରେ ଖୋଲାମେଲାରେ ସାମଗ୍ରୀ ଅନଲୋଡ କରାଯାଇଥିଲା । ନୀୟମାନୁଯାୟୀ ପଞ୍ଚାୟତର ଡିଲର ପଏଣ୍ଟ ଭାବେ ଥଇଳା ଗ୍ରାମର ନିର୍ଦ୍ଦିଷ୍ଟ ଗୃହରେ କରାଯିବାକୁ କେତେକ ବ୍ୟକ୍ତି ତାଗିଦ କରିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିଲା । ଦଶ ତାରିଖ ଦିନ ପଞ୍ଚାୟତ ଗୋଦାମ ଘରେ ଅନଲୋଡ କରିବାକୁ ଉଦ୍ୟମ କରାଯାଇଥିଲା । ଏଥିନେଇ ପ୍ରତିବାଦ କରାଯାଇଥିଲା । ଫଳରେ ଗାଡିସହ ସାମଗ୍ରୀ ଏଣେତେଣେ ବୁଲାବୁଲି କରି ଅନ୍ୟୋନପାୟ ହୋଇ ଥଇଳା ଗ୍ରାମର ବେଛପରି ସ୍ଥାନରେ ଶନିବାର ଅପରାହ୍ନରେ ଯୋଗାଣ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଖୋଲାମେଲାରେ ଅନଲୋଡ କରାଯାଇଥିଲା । ଏହି ସମୟରେ ସ୍ଥାନୀୟ ଅଞ୍ଚଳର କେତେକ ଖାଉଟି ଉପଯୁକ୍ତ ଭାବେ ସାମଗ୍ରୀ ବିତରଣ କରାଯାଉଥିବା ନେଇ ପାଟିତୁଣ୍ଡ କରିଥିଲେ । ଆଇନସମ୍ମତ ସ୍ଥାନରେ ଅନଲୋଡ କରାଯିବାରେ ଅସୁବିଧା କେଉଁଠି ରହିଛି ବୋଲି ଅଭିଯୋଗକାରୀମାନେ ପ୍ରଶ୍ନ କରିଥିଲେ । ମନ୍ଦ ଉଦ୍ଦେଶ୍ୟ ରଖି ମନମୁଖି ଭାବେ ଅନ୍ୟାନ୍ୟ ସ୍ଥାନରେ ସାମଗ୍ରୀ ରଖାଯିବାକୁ ଯୋଗାଣ ବିଭାଗ ଗ୍ରହଣ କରିବା କାର୍ଯ୍ୟକୁ ଅଭିଯୋଗକାରୀମାନେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.