Home ଓଡ଼ିଶା ୩ ଦିନିଆ ରିମାଣ୍ଡରେ ଗଲା ନିହାରୀକାର ହତ୍ଯାକାରୀ

୩ ଦିନିଆ ରିମାଣ୍ଡରେ ଗଲା ନିହାରୀକାର ହତ୍ଯାକାରୀ

91

ଭୁବନେଶ୍ଵର,୨୪/୦୯,(ଓଡ଼ିଆ ପୁଅ ପି ନାଏକ): ନର୍ସ ନିହାରିକା ହତ୍ୟା ମାମଲାର ମୁଖ୍ୟ ଆସାମୀ କୁହାଯାଉଥିବା କିଶୋର କୁମାର ଆଂଚଲ ଓରଫ ରାଜାକୁ ଆଜିଠାରୁ ୩ ଦିନିଆ ରିମାଣ୍ଡରେ ନେଇଛି ଜଗତସିଂହପୁର ଜିଲ୍ଲା ବିରିଡି ପୋଲିସ । ପୋଲିସ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି କରି ଜଗତସିଂହପୁର ଏସଡିଜେଏମ୍‌ ୩ ଦିନ ପାଇଁ ରିମାଣ୍ଡର ଅନୁମତି ଦେଇଛନ୍ତି । ୫ ଦନିଆ ରିମାଣ୍ଡରେ ନେବା ପାଇଁ ବିରିଡି ପୋଲିସ ପୂର୍ବରୁ ଆବେଦନ କରିଥିଲା । ମାତ୍ର କୋର୍ଟ ତାଙ୍କୁ ୩ ଦିନ ପାଇଁ ରିମାଣ୍ଡର ଅନୁମତି ଦେଇଛନ୍ତି । ନର୍ସ ନିହାରୀକା ମର୍ଡର ମିଷ୍ଟ୍ରିର ରହସ୍ୟ ଉନ୍ମୋଚନ ହୋଇଥିବା ବେଳେ ଏଥିରେ ଅନ୍ୟମାନେ କେହି ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । ତେଣୁ ଏହି ଘଟଣାରେ ଅଧିକ ତଥ୍ୟ ହାସଲ କରିବା ପାଇଁ ପୋଲିସ ରାଜାକୁ ରିମାଣ୍ଡରେ ନେଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.