Home ଜିଲ୍ଲା ପରିକ୍ରମା ୩ ଟି କନିଷ୍ଠ ମହାବିଦ୍ୟାଳୟର ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ,...

୩ ଟି କନିଷ୍ଠ ମହାବିଦ୍ୟାଳୟର ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ, ଭଦ୍ରକ କନିଷ୍ଠ ମହାବିଦ୍ୟାଳୟର ସ୍ୱାଗତିକା ନାୟକ ଟପ୍ପର

27

ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସଇ) ଯୁକ୍ତ ଦୁଇ କଳା ପରୀକ୍ଷା ଫଳରେ ଭଦ୍ରକ ଯୁକ୍ତ ଦୁଇ କନିଷ୍ଠ ମହାବିଦ୍ୟାଳୟର ପାସ୍ ହାର ୯୪ ପ୍ରତିଶତ ରହିଛି । ଏହି କନିଷ୍ଠ ମହାବିଦ୍ୟାଳୟରେ ୫୦୩ ଜଣ ଫର୍ମ ପିଲ୍‌ଅପ୍ କରିଥିଲେ । ଏମାନଙ୍କ ମଧ୍ୟରୁ ୪୯୭ ଜଣ ପରୀକ୍ଷା ଦେଇଥିଲେ । ୬ ଜଣ ଅନୁପସ୍ଥିତ ଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ବିଦ୍ୟାଳୟର କଳାରେ ଛାତ୍ରୀମାନେ ଆଗରେ ଅଛନ୍ତି । ବିଦ୍ୟାଳୟର ପ୍ରକାଶିତ ପରୀକ୍ଷା ଫଳ ଅନୁଯାୟୀ ପ୍ରଥମ ଦଶ ଜଣ ସମସ୍ତେ ଛାତ୍ରୀମାନେ ଅଛନ୍ତି । ଛାତ୍ରୀ ସ୍ୱାଗତିକା ନାୟକ ଏହି କନିଷ୍ଠ ବିଦ୍ୟାଳୟର ୬୦୦ ରୁ ୫୩୭ ନମ୍ବର ରଖି କଲେଜ ଟପ୍ପର ହୋଇଛନ୍ତି । ସେହିପରି ପୁଷ୍ପଲତା ବାରିକ ୫୩୫ (ଦ୍ୱିତୀୟ), ବିଜୟଲକ୍ଷ୍ମୀ ସାହୁ ୫୩୩ (ତୃତୀୟ), ଦୀପାଞ୍ଜଳି ବିଶ୍ୱାଳ ୫୩୦ (ଚତୁର୍ଥ), ତପସ୍ୱିନୀ ବାରିକ ୫୨୯ (ପଞ୍ଚମ), ସ୍ନେହଲତା ବିଶ୍ୱାଳ ୫୨୬ (ଷଷ୍ଠ), ସରସ୍ୱତୀ ମିଶ୍ର ୫୨୫ (ସପ୍ତମ), ରସୁଦା ଆଫ୍ରିନ ୫୨୦ (ଅଷ୍ଟମ) ସ୍ଥାନରେ ରହିଥିବାବେଳେ ଛାତ୍ରୀ ଶୁଭଶ୍ରୀ ଲେଙ୍କା ଓ ଲଭ୍‌ଲି ମହାପାତ୍ର ଦୁଇଜଣ ୫୧୫ ସମାନ ନମ୍ବର ରଖି ନବମ ଓ ଦଶମ ସ୍ଥାନରେ ରହିଛନ୍ତି । ଏହି କନିଷ୍ଠ ବିଦ୍ୟାଳୟର ପ୍ରଥମ ଶ୍ରେଣୀରେ ୨୭୦ ଜଣ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଦ୍ୱିତୀୟ ଶ୍ରେଣୀରେ ୮୮ ଜଣ ଓ ତୃତୀୟ ଶ୍ରେଣୀରେ ୧୦୭ ଜଣ ପାସ୍ କରିଛନ୍ତି । କଂପାଟମେଣ୍ଟାଲରେ ୨ ଜଣ ପାସ୍ କରିଥିବାବେଳେ ୨୯ ଜଣ ଫେଲ୍ ହୋଇଛନ୍ତି ଓ ଜଣେ କପି କରି ମାଲପ୍ରାକ୍ଟିସରେ ପରୀକ୍ଷା ଫଳ ସ୍ଥଗିତ ରହିଛି ।

ତେବେ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ମାତ୍ର ଗୋଟିଏ ପିଲା ପରୀକ୍ଷା ଦେଇ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି । ସେହିଭଳି ଚରମ୍ପା ଯୁକ୍ତ ଦୁଇ କନିଷ୍ଠ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପରୀକ୍ଷା ଫଳରେ ୩୩୦ ଜଣ ଫର୍ମ ପିଲ୍‌ଅପ୍ କରିଥିବାବେଳେ ୩୨୬ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୨୮୮ ଜଣ ପାସ୍ କରିଛନ୍ତି । ୩୮ ଜଣ ଫେଲ୍ ହୋଇଛନ୍ତି । ପ୍ରଥମ ଶ୍ରେଣୀରେ ୫୬ ଜଣ, ଦ୍ୱିତୀୟ ଶ୍ରେଣୀରେ ୫୨ ଜଣ, ତୃତୀୟ ଶ୍ରେଣୀରେ ୧୮୦ ଜଣ ପାସ୍ କରିଛନ୍ତି । ଅକିଲୁର ରହେମାନ ସର୍ବାଧିକ ୪୭୩ ନମ୍ବର ରଖି ଟପ୍ପର ହୋଇଛନ୍ତି । ଅନୁରୂପ ଧନ୍ଦାମୂଳକ ଶିକ୍ଷା କମ୍ପ୍ୟୁଟର ଟ୍ରେନିଂ ପରୀକ୍ଷାରେ ୨୩ ଜଣ ଫର୍ମ ପୂରଣ କରିଥିବାବେଳେ ୧୩ ଜଣ ପରୀକ୍ଷା ଦେଇଥିଲେ । ପ୍ରଥମ ଶ୍ରେଣୀରେ କେହି ଉତ୍ତୀର୍ଣ୍ଣ ହୋଇନଥିବାବେଳେ ଦ୍ୱିତୀୟ ଶ୍ରେଣୀରେ ୯ ଜଣ, ତୃତୀୟ ଶ୍ରେଣୀରେ ଜଣେ ପାସ୍ କରିଛନ୍ତି । ୩ ଜଣ ଫେଲ୍ ହୋଇଛନ୍ତି । ସେହିପରି ଇଡିଏ ପରୀକ୍ଷାରେ ୧୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ କେହି ପାସ୍ କରିନଥିବାବେଳେ ୫ ଜଣ ଦ୍ୱିତୀୟ ଓ ୨ ଜଣ ତୃତୀୟ ଶ୍ରେଣୀରେ ହୋଇଥିବାଳେ ୩ ଜଣ ଫେଲ୍ ହୋଇଛନ୍ତି । ସେହିଭଳି ମହିଳା ଯୁକ୍ତ ଦୁଇ କନିଷ୍ଠ ମହାବିଦ୍ୟାଳର କଳା ପରୀକ୍ଷାରେ ୨୫୬ ଜଣ ପରୀକ୍ଷା ଦେବାପାଇଁ ଫର୍ମ ପୂରଣ କରିଥିଲେ । ସେଥିମଧ୍ୟରୁ ୨୩୭ ଜଣ ପରୀକ୍ଷା ଦେଇଥିଲେ । ପାସ୍ କଲେ ୨୨୫ ଜଣ । ୧୨ ଜଣ ଫେଲ୍ ହୋଇଛନ୍ତି । ପ୍ରଥମ ଶ୍ରେଣୀରେ ୧୦୫ ଜଣ, ଦ୍ୱିତୀୟ ଶ୍ରେଣୀରେ ୬୨ ଜଣ, ତୃତୀୟ ଶ୍ରେଣୀରେ ୫୮ ଜଣ ପାସ୍ କରିଛନ୍ତି । ଛାତ୍ରୀ କାସ୍ମିର ହାବିବ ସର୍ବାଧିକ ୫୧୯ ନମ୍ବର ରଖି କଲେଜ ଟପ୍ପର ହୋଇଛନ୍ତି । ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ୪୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ୩୨ ଜଣ ପାସ୍ ହୋଇଥିବାବେଳେ ୯ ଜଣ ଫେଲ୍ ହୋଇଛନ୍ତି । ସିଆରଏମ୍ ପରୀକ୍ଷାରେ ୪ ଜଣ ପ୍ରଥମ ସ୍ଥାନରେ ପାସ୍ କରିଥିବାବେଳେ ୭ ଜଣ ଦ୍ୱିତୀୟ, ୧୩ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । କମ୍ପ୍ୟୁଟର ଶିକ୍ଷା ପରୀକ୍ଷାରେ ୧୮ ଜଣ ପରୀକ୍ଷା ଦେଇଥିଲେ । ୯ ଜଣ ପାସ୍ କରିଛନ୍ତି । ପ୍ରଥମ ଶ୍ରେଣୀରେ ଜଣେ ଓ ଦ୍ୱିତୀୟ ଶ୍ରେଣୀରେ ୮ ଜଣ ପାସ୍ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.