Home ଜିଲ୍ଲା ପରିକ୍ରମା ୩୧୦ ଲିଟର ଦେଶୀ ରନ୍ଧା ମଦ ଓ ଜିଂଜର ଜବତ, ୬ ଗିରଫ

୩୧୦ ଲିଟର ଦେଶୀ ରନ୍ଧା ମଦ ଓ ଜିଂଜର ଜବତ, ୬ ଗିରଫ

35

ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜିଲାପାଳ ଡ. ଜ୍ଞାନଦାସଙ୍କ ନିର୍ଦ୍ଦେଶ କ୍ରମେ ଓ ଉପଜିଲାପାଳ ପୀତାମ୍ବର ସାମଲଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜିଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ କ୍ଷୀତିଶ ଦାସ, ଭଦ୍ରକ ଭ୍ରାମ୍ୟମାଣ ସ୍କ୍ୱାର୍ଡ ଭାରପ୍ରାପ୍ତ ଅଧିକାରୀ ବ୍ରଜମୋହନ ମଲ୍ଲିକ ଓ କର୍ମଚାରୀମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ବାସୁଦେବପୁର ଥାନା ଅଧୀନସ୍ଥ ଇରମ, ଅଢୁଆଁ, ପଢୁଆଁ, କୁମାରପୁର ଓ ଗୁଆଗଡିଆ ଅଂଚଳରେ ଚଢାଉ କରି ୩୧୦ ଲିଟର ଦେଶୀ ରନ୍ଧାମଦ ଓ ୧୪.୮୫୦ ଲିଟର ଜିଂଜର ଜବତ କରିବା ସହ ଏଥିରେ ସଂପୃକ୍ତ ୬ ଜଣଙ୍କୁ ଗିରଫ କରିଛନ୍ତି । ଏହି ଗିରଫ ବ୍ୟକ୍ତିମାନେ ହେଲେ ଇରମର ଶ୍ରୀହରି ଦାସ ଓ ରମାକାନ୍ତ ଦାସ, ଅଢୁଆଁ ଗ୍ରାମର ବୁଲୁ ମଲ୍ଲିକ ଓ କପିଳ ମଲ୍ଲିକ ଏବଂ କୁମାରପୁର ଗ୍ରାମର ପ୍ରଦୀପ ପଣ୍ଡା ଓ ବସନ୍ତ କୁମାର ନାୟକ । ଜବତ ମଦ ଓ ଜିଂଜରର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଏହି ଚଢାଉରେ ଏଏସ୍‌ଆଇ ପ୍ରହ୍ଲାଦ ସାମଲ, ଭବେଶ ଦାସ, ପୁରୁଷୋତ୍ତମ ମଲ୍ଲିକ, ଦୀପକ କୁମାର ରାଉତ, କନେଷ୍ଟବଳ ପ୍ରଦୀପ ମଲ୍ଲିକ, ମୁରଲୀ ପ୍ରଧାନ, ପରେଶ ଟୁଡୁ ଓ ଜେମାମଣି ଜାମୁଡା ପ୍ରମୁଖ ସାମିଲ ଥିଲେ । ଏଥିନେଇ ଅବକାରୀ ବିଭାଗ ପକ୍ଷରୁ ୬ଟି ପୃଥକ୍ ପୃଥକ୍ ମାମଲା ରୁଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.