Home ଜିଲ୍ଲା ପରିକ୍ରମା ୩ୟ ପର୍ଯ୍ୟାୟ, ୨୬୫ଜଣଙ୍କୁ ଟୀକାକରଣ

୩ୟ ପର୍ଯ୍ୟାୟ, ୨୬୫ଜଣଙ୍କୁ ଟୀକାକରଣ

20

ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ତୃତୀୟ ପର୍ଯ୍ୟାୟ କରୋନା ଟୀକାକରଣ ଆଜି ଅନୁଷ୍ଠିତ ହୋଇଥିଲା । ଏଥିରେ ଦୁଇଶହ ପଞ୍ଚଷଠି ଜଣ କରୋନା ଯୋଦ୍ଧାଙ୍କୁ ଟୀକାକରଣ କରାଯାଇଛି । ସମାଳ ୯ଟା ରେ ସ୍ଥାନୀୟ ମେଡିକାଲ ସୁପରିନଟେଣ୍ଡେଣ୍ଟ ତଥା ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର କମଳାକାନ୍ତ ସ୍ୱାଇଁ, ଜିଲ୍ଲା ଟୀକାକରଣ ଅଧିକାରୀ ଶିଭାଶିଷ ମହାରଣା, ଡିପିଏମ ସରିତା ମହାପାତ୍ର, ସିଡିପିଓ ନର୍ଝରିଣୀ ରାଉତ, ସୁପରଭାଇଜର ଦିପାଳୀ ମିଶ୍ରଙ୍କ ଉପସ୍ଥିତିରେ ଟୀକାକରଣ ଆରମ୍ଭ କରାଯାଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲୁ ରହିଥିଲା । ଏଥିରେ ଡାକ୍ତର ତପନ କୁମାର ବେହୁରିଆ, ଡାକ୍ତର ଅରୁଣ କୁମାର ନାୟକ, ଡାକ୍ତର ହୃଦୟ କୁମାର ପ୍ରଧାନ ଓ ଡାକ୍ତର ଦେବାଶିଷ ପତି ଆଦି ୪ଜଣ ଡାକ୍ତର, ୧୭୦ ଅଙ୍ଗନୱାଡି କର୍ମୀ ଓ ୬୫ ସହାୟିକା, ୨୦ଜଣ ଆଶାକର୍ମୀ, ୧୦ଜଣ ପାରାମେଡିକାଲ କର୍ମଚାରୀ ଓ ୪ଜଣ ଅନ୍ୟାନ୍ୟ ବ୍ୟକ୍ତି ଟୀକାଗ୍ରହଣ କରିଥିଲେ । ଟୀକାଗ୍ରହଣ କରିଥିବା ପ୍ରତ୍ୟେକ ଯୋଦ୍ଧା ସୁସ୍ଥ ରହିଥିବା ଜଣାଯାଇଛି । ଆଜି ଟୀକା ଗ୍ରହଣ କରିଥିବା ବ୍ୟକ୍ତିମାନଙ୍କୁ ଦୁଇ ସପ୍ତାହ ପରେ ଦ୍ୱିତୀୟ ଡୋଜ ଟୀକାକରଣ କରାଯିବ । ପିଏଚଇଓ ଅନୀତାରାଣୀ ରାଉତ, ବିପିଏମ ରଶ୍ମିରେଖା ପୃଷ୍ଟି, ସ୍ୱାସ୍ଥ୍ୟ ପରିଦର୍ଶକ ମନୋରଞ୍ଜନ ରାଉତ, କର୍ମଚାରୀ ଲଲାଟ କୁମାର ପାଢୀ ପ୍ରମୁଖ ଟୀକାକରଣ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.