ନୂଆଦିଲ୍ଲୀ,୦୭/୧୦,(ଓଡ଼ିଆ ପୁଅ ପି ନାଏକ): ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ତେବେ ଭାରତୀୟ ବାୟୁସେନାର ବିମାନ ଆଣିବା ପାଇଁ ସେ ଫ୍ରାନ୍ସ ଯାଇଛନ୍ତି ବୋଲି ସୂଚନା ମିଳିଛି । ଫ୍ରାନ୍ସ ଗସ୍ତ ସମୟରେ ସେ ସେ ଫ୍ରାନ୍ସ ରାଷ୍ଟ୍ରପତି ଇମେନୁଏଲ ମୈକ୍ରୋଙ୍କୁୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ସାକ୍ଷାତ ସମୟରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ ବୋଲି ଆଶା କରାଯାଉଛି ।