Home ଜିଲ୍ଲା ପରିକ୍ରମା ୨୨୦ ଲିଟର ଦେଶୀ ରନ୍ଧାମଦ ସହ ୩ ବାଇକ୍ ଜବତ, ୩ ଗିରଫ

୨୨୦ ଲିଟର ଦେଶୀ ରନ୍ଧାମଦ ସହ ୩ ବାଇକ୍ ଜବତ, ୩ ଗିରଫ

44

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଅବକାରୀ ଅଧୀକ୍ଷକ ପ୍ରଦୀପ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଅବକାରୀ ବିଭାଗ ପକ୍ଷରୁ ଭ୍ରାମ୍ୟମାଣ ସ୍କ୍ୱାର୍ଡ ଭାରପ୍ରାପ୍ତ ଅଧିକାରୀ ବ୍ରଜମୋହନ ମଲ୍ଲିକ ଓ ଷ୍ଟାଫ୍ ମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ବାସୁଦେବପୁର ଥାନା ଅଧୀନସ୍ଥ ନୂଆଗାଁ ଓ ବାରାପୁର ଗ୍ରାମାଞ୍ଚଳରେ ଚଢାଉ କରି ଓଡି-୦୧ଆର-୮୬୭୬ ନମ୍ବରର ଏକ ହୋଣ୍ଡା ମୋଟର ସାଇକେଲ୍ ଓ ଓଡି-୦୧ଏଜେ-୮୯୬୯ ନମ୍ବରର ଗୋଟିଏ ସ୍କୁଟି ଜବତ କରି ସେଥିରୁ ୧୭୦ ଲିଟର ଦେଶୀ ରନ୍ଧା ମଦ ଜବତ କରିଛନ୍ତି । ଏବଂ ଏଥିରେ ସଂପୃକ୍ତ ବାସୁଦେବପୁର ଥାନା ଅଧୀନସ୍ଥ ନୂଆଗାଁର ମଧୁସୂଦନ ମଳିକ ଓ ବାରାପୁର ଗ୍ରାମର ପ୍ରକାଶ କୁମାର ବେହେରାଙ୍କୁ ଗିରଫ କରିଛନ୍ତି । ଅନୁରୂପ ବାଂଶଡା ଥାନା ଅଧୀନସ୍ଥ କୁଆମରା ଛକ ନିକଟରେ ଚଢାଉ କରି ଓଡ଼ି-୨୨ଏସ୍‌-୮୫୯୦ ନମ୍ବରର ଏକ ବଜାଜ୍ ପଲସର ମୋଟର ସାଇକେଲ୍ ସହ ୫୦ ଲିଟର ଦେଶୀ ରନ୍ଧା ମଦ ଜବତ କରି ବାଂଶଡା ଥାନା ଅଧୀନସ୍ଥ ପଂଚୁଟିକ୍ରୀ ଗ୍ରାମର ଦିଲ୍ଲୀପ କୁମାର ମହାଳିକଙ୍କୁ ଗିରଫ କରିଛନ୍ତି । ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ଏହି ଚଢାଉରେ ସମୁଦାୟ ୨୨୦ ଲିଟର ଦେଶୀ ରନ୍ଧାମଦ ସହ ୩ଟି ମୋଟର ସାଇକେଲ୍ ଜବତ ସହ ମୋଟ ୩ ଜଣଙ୍କୁ ଗିରଫ କରାଯାଇଛି । ଜବତ ମଦ ଓ ଗାଡିର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ । ଏହି ଚଢାଉରେ ଏଏସ୍‌ଆଇ ଭବେଶ ଦାସ, ପ୍ରହ୍ଲାଦ ସାମଲ, କନେଷ୍ଟବଳ ପ୍ରଦୀପ ମଲ୍ଲିକ, ସତ୍ୟରଂଜନ ସେଠୀ, ଅନବାଦିତ୍ୟ ବାରିକ, ଖଗେଶ୍ୱର ଜେନା, ଜେମାମଣି ଜାମୁଡା ପ୍ରମୁଖ ସାମିଲ ଥିଲେ । ଏନେଇ ଅବକାରୀ ବିଭାଗ ପକ୍ଷରୁ ୩ ଗୋଟି ପୃଥକ୍ ପୃଥକ୍ ମାମଲା ରୁଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.