Home ଜିଲ୍ଲା ପରିକ୍ରମା ୨୦୨୪ ହେବ ନବୀନ ସରକାରର ଛୁଟିର ବର୍ଷ – ମନମୋହନ, ଦୁର୍ନୀତି ଭ୍ରଷ୍ଟାଚାର ବିରୁଦ୍ଧରେ ବିଜେପିର...

୨୦୨୪ ହେବ ନବୀନ ସରକାରର ଛୁଟିର ବର୍ଷ – ମନମୋହନ, ଦୁର୍ନୀତି ଭ୍ରଷ୍ଟାଚାର ବିରୁଦ୍ଧରେ ବିଜେପିର ଧାମନଗର ବ୍ଲକ୍ ଘେରାଉ

26

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ଏକ ବିଜ୍ଞାପନ ସର୍ବସ୍ୱ ସରକାର ଚାଲିଛି । ପ୍ରଚାର ଓ ପ୍ରସାରରେ ସରକାର ଏକ ନମ୍ବର । କିନ୍ତୁ ବାସ୍ତବତା ହେଉଛି ଭିନ୍ନ । କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ବିଭିନ୍ନ ଯୋଜନାରେ ହଜାର ହଜାର କୋଟି ଟଙ୍କାର ସହାୟତା ଦେଉଥିବାବେଳେ ରାଜ୍ୟ ବିଜେଡି ସରକାର ଏହାକୁ ହଡପ କରିବା ସଂଗେ ସଂଗେ ନିଜସ୍ୱ ଯୋଜନା କହି ଲୋକଙ୍କୁ ଭ୍ରମିତ କରୁଛି । ରାଜ୍ୟରେ ଅନ୍ୟାୟ, ଅନୀତି, ଦୁର୍ନୀତି ଓ ଭ୍ରଷ୍ଟାଚାର ସୀମା ପାର କରିଥିବାବେଳେ ସାଧାରଣ ଜନତାଙ୍କ ଆକ୍ରୋଶ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ପ୍ରତିଫଳିତ ହେବ । ଯାହାର ପରିଣାମ ନବୀନ ସରକାରଙ୍କୁ ସବୁଦିନ ପାଇଁ ଛୁଟି ଦେବ ବୋଲି ଆଜି ଧାମନଗର ଠାରେ ଆୟୋଜିତ ବ୍ଲକ୍ ଘେରାଉ ସମାବେଶରେ କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଦୁର୍ନୀତି, ଅରାଜକତା ଅଭିଯୋଗ ନେଇ ଗୁରୁବାର ଦିନ ଧାମନଗର ବିଜେପି ବ୍ଲକ୍ ଘେରାଉ ନାଁରେ ଏକ ବଡ ଧରଣର ସମାବେଶ କରିଥିଲା । ହଜାର ହଜାର କର୍ମୀଙ୍କୁ ନେଇ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିଧାୟକ ସୂଯ୍ୟବଂଶୀ ସୁରଜ ସ୍ଥିତପ୍ରଜ୍ଞଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ମେଡିକାଲ ବଜାର ଠାରୁ ବାହାରି ବ୍ଲକ୍ ପର୍ଯ୍ୟନ୍ତ ଆସିଥିଲା ।

ପରେ ଜିଲା ବିଜେପି ଉପସଭାପତି ଚତୁର୍ଭୁଜ ନାୟକଙ୍କ ଅଧ୍ୟକ୍ଷତାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ବିଧାୟକ ସୂର୍ଯ୍ୟବଂଶୀ ସୁରଜ କହିଥିଲେ ଯେ ବିଧାନସଭାରେ ମନ୍ତ୍ରୀମାନେ ଧାମନଗରର ବିବିଧ ସମସ୍ୟା ସଂପର୍କରେ ସନ୍ତୋଷ ଜନକ ଉତ୍ତର ରଖୁନାହାଁନ୍ତି । ସାଧାରଣ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ, ରାସନ୍ କାର୍ଡ ପାଇଁ ବାରମ୍ବାର ବ୍ଲକ୍‌କୁ ଦୌଡିବାକୁ ପଡୁଥିଲେ ବି କିଛି ସୁଫଳ ମିଳୁନାହିଁ । ଯାହା ଦୁର୍ଭାଗ୍ୟ ଜନକ । ଲୋକଙ୍କ ସ୍ୱାର୍ଥ ସୁବିଧା ପାଇଁ ଦଳ ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ ବୋଲି ସୁରଜ ଚେତାବନୀ ଦେଇଥିଲେ । ସଭାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ଦାଶ, ମଣ୍ଡଳ ସଭାପତି ଅଜୟ ବଳ, ଆଇନ୍‌ଜୀବୀ ଦୀପ୍ତିରଂଜନ ଜେନା, ଅରବିନ୍ଦ ପତି, କୈଳାଶ ମହାପାତ୍ର, ଜିଲା ମିଡିଆ ସେଲ୍ ଅଧ୍ୟକ୍ଷ ବୈକୁଣ୍ଠନାଥ ସାହୁ, ଓବିସି ମୋର୍ଚ୍ଚା ସଭାପତି ବୀରେନ୍ଦ୍ର ଜେନା, ବୁଦ୍ଧଦେବ ଜେନା, ଯୁବମୋର୍ଚ୍ଚା ସଭାପତି ସିପା ରାଉତ, ପୂର୍ବତନ ଜିଲା ପରିଷଦ ସଭ୍ୟା ଉମାମଣି ସାହୁ, ପୁଷ୍ପାଞ୍ଜଳି ବେହେରା, ସରପଞ୍ଚ ଅନ୍ତର୍ଯ୍ୟାମୀ ପତି, ପ୍ରୀତମ ଦାସ, ମିନତୀ ସାହୁ, ମହେଶ୍ୱତା ମହାଳିକ, ସମିତି ସଭ୍ୟା ପାର୍ବତୀ ପ୍ରଧାନ, ବିଜୁ ରାମ, ଶ୍ରୀକାନ୍ତ ନାୟକ, ରାଜେନ୍ଦ୍ର ସାହୁ, ଶ୍ରୀଧର ବେହେରା, ପ୍ରଶାନ୍ତ ସାହୁ, ସେକ୍ ତାଜୁଦ୍ଦିନ୍‌, ସେକ୍ ହମିଦ, ମନୋଜ ଦ୍ୱିବେଦୀ, ଦିଲ୍ଲୀପ ସାମଲ, ସରୋଜ ମହାପାତ୍ର ଓ ସନ୍ତୋଷ ଦାସ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ । ସଭାମଂଚ ସଂଚାଳନ କରିଥିଲେ ମନୋଜ ମଲ୍ଲିକ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.