Home ଜିଲ୍ଲା ପରିକ୍ରମା ୨୦୨୨ ମସିହା ପଞ୍ଚାୟତ ନିର୍ବାଚନରେ ହରିଜନ ବର୍ଗକୁ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ଚୟନ...

୨୦୨୨ ମସିହା ପଞ୍ଚାୟତ ନିର୍ବାଚନରେ ହରିଜନ ବର୍ଗକୁ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ଚୟନ ଦାବିରେ ଜିଲାପାଳଙ୍କୁ ସ୍ମାରକପତ୍ର

242

ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୂଚନା ଅନୁସାରେ ୨୦୦୨ ମସିହାରେ ଅର୍ଣ୍ଣପାଳ ଗ୍ରାମପଞ୍ଚାୟତକୁ ସରକାରୀ ନିର୍ଦ୍ଦେଶ ମୁତାବକ ୨ଟି ପଞ୍ଚାୟତରେ ଗଠନ କରାଯାଇଥିଲା । ଇତିମଧ୍ୟରେ ୪ ଥର ପଞ୍ଚାୟତ ନିର୍ବାଚନ ହୋଇସାରିଥିଲେ ମଧ୍ୟ ହରିଜନ ବର୍ଗଙ୍କୁ ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ସାମିଲ କରାଯାଇନାହିଁ । ଉକ୍ତ ପଞ୍ଚାୟତରେ ୪୦ ପ୍ରତିଶ୍ରତରୁ ଅଧିକ ହରିଜନ ଭୋଟର ଥିବାବେଳେ ରାଜନୈତିକ ଚଞ୍ଚକତା କରି ଭୋଟର ସଂଖ୍ୟା କମ୍ ଦେଖାଇ ସାଧାରଣ ବର୍ଗଙ୍କୁ ପ୍ରାର୍ଥୀ ସଂରକ୍ଷଣ କରାଯାଇଛି । ଏପଟେ ରାଜ୍ୟ ସରକାର ହରିଜନ ମାନଙ୍କ ପାଇଁ ବିଭିନ୍ନ ପ୍ରୋତ୍ସାହନ ଦେଉଥିବାବେଳେ ସେପଟେ ଆମ ହକ୍ ଛଡାଇ ନିଆଯାଉଛି ବୋଲି ଅଭିଯୋଗ କରିଛନ୍ତି ହରିଜନ ବର୍ଗର ଜନସାଧାରଣ । ତେବେ ୨୦୨୨ ମସିହା ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ଚୟନ କ୍ଷେତ୍ରରେ ହରିଜନ ବର୍ଗଙ୍କୁ ନିଶ୍ଚୟ ସୁଯୋଗ ଦିଆଯିବ ବୋଲି ଆଶାବ୍ୟକ୍ତ କରିଛନ୍ତି ଗ୍ରାମବାସୀ । କିନ୍ତୁ ଏଥିରେ ବ୍ୟତିକ୍ରମ ହେଲେ ପରବର୍ତ୍ତୀ ସମୟରେ ଆଇନ୍‌ର ଆଶ୍ରୟ ନେବା ସହିତ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି କହିଛନ୍ତି ଗ୍ରାମବାସୀମାନେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.