ଭଦ୍ରକ, ୧୬ା (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ପୁରୁଣାବଜାରସ୍ଥିତ ଜାମା ମସଜିଦ ଛକଠାରେ ଖ୍ୱାଜା ଗରିବ ନୱାଜ କମିଟି ଆନୁକୂଲ୍ୟରେ ୪୦ତମ ଖ୍ୱାଜା ଗରିବ ନୱାଜ (ର.ଅ.)ଙ୍କ ବାର୍ଷିକ ସମାରୋହ ଚଳିତ ମାସ ୧୮ତାରିଖ ଗୁରୁବାରରେ ଅନୁଷ୍ଠିତ ହେବ । ପ୍ରଥମ ଦିନ ୧୭ତାରିଖ ବୁଧୁବାର ରାତ୍ରି ୮ ଘଟିକାରେ ସର୍ବସାଧାରଣଙ୍କ ପାଇଁ ଲଙ୍ଗର (ଫାତେହା) ର ବ୍ୟବସ୍ଥା କରାଯାଇଛି ଏବଂ ଦ୍ୱିତୀୟ ଦିନ ୧୮ ତାରିଖ ଗୁରୁବାର ରାତ୍ରି ୮.୩୦ଘଟିକା ସମୟରେ ଖ୍ୱାଜା ଗରିବ ନୱାଜ କନଫେରନ୍ସ (ଧର୍ମସଭା) ଅନୁଷ୍ଠିତ ହେବ । ଜାମା ମସଜିଦର ଏମାମ ସାହେବ ମହମ୍ମଦ ସାଦିକ ହୋସେନ ଓ ସଂଚାଳକ ଭାବେ ମୁସ୍ତାକ ଗୌହରଙ୍କ ଦ୍ୱାରା ଆରମ୍ଭ ହେବ । ଏହି ଧର୍ମସଭାରେ ମୌଲାନା (ପଣ୍ଡିତ) ସୈୟଦ ଶାହା ହସନ କମଲ ଅସରଫ (ୟୁପି), ସାଏର (କବି) କାଭିସ ରୁଦାଲୱି (ୟୁ.ପି), ସାଏର ସରଫରାଜ ରଯା (ଏହ୍ଲାବାଦ), ସାଏର (କବି) ୱକାର ତାବିସ ଜମାଲି (ବିହାର) ଏବଂ ଅଲିମୁଦ୍ଦିନ ବେକସ (ଅଦବି ମରକଯ) ପ୍ରମୁଖ ଆସି ଯୋଗଦାନ କରି ଖ୍ୱାଜା ଗରିବ ନୱାଜ (ର.ଅ.)ଙ୍କ ନୀତିବାଣି ଉପରେ ଆଲୋକପାତ୍ କରିବେ ବୋଲି କମିଟିର ସଂପାଦକ ଅଲିମୁଦ୍ଦିନ ଖାଁ ପ୍ରେସ ମାଧ୍ୟମରେ ଜଣାଇଛନ୍ତି ଏବଂ କମିଟିର ସଭାପତି ନସରୁ ଖାଁ, ଉପସଭାପତି ସେଖ ଅନୱର, ସହ-ସଂପାଦକ ଅଲି ହୋସେନ, ମିନହାଜ କାଦ୍ରୀ, ସେଖ ନୌସାଦ, ଇସାର ଅଲି, ମିର କାଲିଆ, ସଲିମ ଖାନ, ସେଖ ଇଲୟାସ, ମୁନ୍ନା ଖାଁ, ଏମାମୁଲ ଓ ହକିଲ ପ୍ରମୁଖ ସମାରୋହ ଦାୟିତ୍ୱ ତୁଲାଇବେ ।