Home ଓଡ଼ିଶା ୧୫ବର୍ଷ ପରେ ମଧ୍ୟ ସହାୟତା ମିଳିଲାନି : ସ୍ବାଧୀନତା ଦିବସରେ ସରକାର ଓ ପ୍ରଶାସନ ଉପରେ...

୧୫ବର୍ଷ ପରେ ମଧ୍ୟ ସହାୟତା ମିଳିଲାନି : ସ୍ବାଧୀନତା ଦିବସରେ ସରକାର ଓ ପ୍ରଶାସନ ଉପରେ କ୍ଷୁବ୍ଧ ଶହୀଦ ପରିବାର

161

କନ୍ଧମାଳ, ୧୫/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ଦେଶ ପାଇଁ ପ୍ରାଣବଳୀ ଦେଇ ଶହୀଦ ହୋଇଗଲେ ଅନେକ ବୀରପୁତ୍ର। ସରକାରଙ୍କ ପକ୍ଷରୁ ସେମାନଙ୍କ ପରିବାର ସହାୟତା ଯୋଗାଇବାକୁ ମିଳିଲା ଅନେକ ପ୍ରତିଶ୍ରୁତି। କିନ୍ତୁ ଦୀର୍ଘ ୧୫ ବର୍ଷ ପରେ ମଧ୍ୟ ମିଳିପାରିନି ସହାୟତା। ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି, କନ୍ଧମାଳର ଶହୀଦ ସଞ୍ଜୀବଙ୍କ ପରିବାର।କଶ୍ମୀରରେ ଆତଙ୍କବାଦୀଙ୍କ ସହିତ ଲଢେଇରେ ଶହୀଦ ହୋଇଥିଲେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଦୀମିରିଖୋଲ ଗ୍ରାମର ସଞ୍ଜୀବ ସାହୁ। ୨୦୦୫ ଅକ୍ଟୋବର ମାସରେ ଶହୀଦ ହୋଇଥିଲେ। ସେ ସମୟରେ ଅନେକ ପ୍ରତିଶ୍ରୁତି ଦେଇଥିଲା ପ୍ରଶାସନ ଓ ସରକାର। ଶହୀଦ ଗାଁକୁ ରାସ୍ତା, ପ୍ରତିମୂର୍ତ୍ତି, ନାମକରଣ, ଫୁଲବାଣୀରେ ପରିବାରକୁ ଜମି, ଗ୍ୟାସ ସଂଯୋଗ ଇତ୍ୟାଦିର ମିଳିଥିଲା ପ୍ରତିଶ୍ରୁତି। କିନ୍ତୁ ଏବେବି ଅନେକ ସ୍ବପ୍ନ ଅଧୁରା। ଆଜି ଦେଶ ୭୪ତମ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ ବୀର ପୁଅକୁ ଝୁରୁଛନ୍ତି ପରିବାର ଲୋକେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.