Home ଜିଲ୍ଲା ପରିକ୍ରମା ୧୧ ହାଇସ୍କୁଲ ୫ଟି ଆକାଂକ୍ଷା ବିଦ୍ୟାଳୟ ଯୋଜନାରେ ସାମିଲ

୧୧ ହାଇସ୍କୁଲ ୫ଟି ଆକାଂକ୍ଷା ବିଦ୍ୟାଳୟ ଯୋଜନାରେ ସାମିଲ

69

ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବାରିକପୁର ସରକାରୀ ଉଚ୍ଚ ବିଦ୍ୟାଳୟକୁ ୫ଟି ଆକାଂକ୍ଷା ବିଦ୍ୟାଳୟ ଭାବେ ରୂପାନ୍ତରିତ କରିବା ପାଇଁ ପ୍ରଧାନଶିକ୍ଷୟତ୍ରୀ ସୁଜାତା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ଥାନୀୟ ବିଡିଓ ଦେବଦତ୍ତ ଦାଶ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ଦାସ, ନଗୁଆଁ ସରପଞ୍ଚ କମଳ କୁମାର ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ଭିତ୍ତିଭୂମି ଓ ରୂପାନ୍ତରିକରଣ କାର୍ଯ୍ୟ ସମ୍ପର୍କରେ ବିଚାରବିମର୍ଶ କରିଥିଲେ। ପ୍ରଧାନଶିକ୍ଷୟତ୍ରୀ ବିଦ୍ୟାଳୟର ଅଭାବ ଅସିବିଧା ସମ୍ପର୍କରେ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅତିଥି ପରିଚୟ କ୍ରୀଡା ଶିକ୍ଷକ ଜିତେନ୍ଦ୍ର ସାହୁ ଓ ଶିକ୍ଷୟତ୍ରୀ ସୁହାସିନୀ ସାମଲ ଧନ୍ୟବାଦ ଦେଇଥିଲେ। ଏଠାରେ ପ୍ରକାଶ ଯୋଗ୍ୟ ଯେ ଦ୍ୱିତୀୟ ପର୍ଯ୍ୟାୟରେ ଭଣ୍ଡାରିପୋଖରୀ ବ୍ଲକର ଏଗାରଟି ଉଚ୍ଚ ବିଦ୍ୟାଳୟକୁ ୫ଟି ଆକାଂକ୍ଷା ବିଦ୍ୟାଳୟ ଭାବେ ରୂପାନ୍ତରିକରଣ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବାରିକପୁର ହାଇସ୍କୁଲ ସହ ବାଲିପୋଖରୀ ପଞ୍ଚାୟତର ଶୁକଦେବଜେନା ହାଇସ୍କୁଲ ଓ ଜଗନ୍ନାଥପ୍ରସାଦ ହାଇସ୍କୁଲ, ମାଳଦା ପଞ୍ଚାୟତର ଜଳହରୀ ସାରସ୍ୱତ ଉଚ୍ଚ ବିଦ୍ୟାପୀଠ, ଭଣ୍ଡାରିପୋଖରୀ ହାଇସ୍କୁଲ, ହାରାମଣି ବାଳିକା ଉଚ୍ଚ ବିଦ୍ୟାଳୟ, ବିଷ୍ଣୁପୁର ପଞ୍ଚାୟତର ଚିଙ୍ଗୁଡିପୁର ଜଗନ୍ନାଥ ଉଚ୍ଚବିଦ୍ୟାପୀଠ, ନେରଡା ପଞ୍ଚାୟତର ସୁବର୍ଣ୍ଣର୍ମୁଖି ହାଇସ୍କୁଲ, ଷୋଳମପୁର ପଞ୍ଚାୟର ମଣିନାଥପୁର ନରେନ୍ଦ୍ର କୁମାର ଉଚ୍ଚବିଦ୍ୟାପୀଠ, ରହଣିଆ ପଞ୍ଚାୟତର ରହଣିଆ ନୋଡାଲ ହାଇସ୍କୁଲ ଓ କୁଲଣା ପଞ୍ଚାୟତର ବିଶୋଳ-କୁଲଣା ମୈତ୍ରୀ ଉଚ୍ଚବିଦ୍ୟାପୀଠ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ସରସଦା ହାଇସ୍କୁଲ ଓ ମଞ୍ଜୁରୀରୋଡ ଜିପିୟୁ ବିଦ୍ୟାପୀଠକୁ ୫ଟି ବିଦ୍ୟାଳୟ ଭାବେ ରୂପାନ୍ତରିକରଣ କରାଯାଇଛି। ତେବେ ଦ୍ୱିତୀୟ ପର୍ଯ୍ୟାୟରେ ଅପେକ୍ଷାକୃତ ଭାବେ କମ ବ୍ୟୟ ଅଟକଳ କରାଯାଉଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.