Home ଜିଲ୍ଲା ପରିକ୍ରମା ୧୧ଷ୍ଟାର କ୍ରିକେଟ ଟୁର୍ଣର୍ାମେଣ୍ଟ ଉଦଯାପିତ; ନୂଆପଡା ମହାବୀର କ୍ଲବ ଚାମ୍ପିଅନ

୧୧ଷ୍ଟାର କ୍ରିକେଟ ଟୁର୍ଣର୍ାମେଣ୍ଟ ଉଦଯାପିତ; ନୂଆପଡା ମହାବୀର କ୍ଲବ ଚାମ୍ପିଅନ

20

ଭଦ୍ରକ, ୨୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର କୁରିଗାଁରେ ଅନୁଷ୍ଠିତ ଇଲେଭେନ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଇଲେଭେନ ଷ୍ଟାର କ୍ଲବ ଆନୁକୂଲ୍ୟରେ କୁରିଗାଁ ସାହୁସାହି କ୍ରିକେଟ ପଡିଆରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ନୂଆପଡା ମହାବୀର କ୍ରିକେଟ ଟିମ ଓ ପଟ୍ଟାପୋଲ କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମହାବୀର କ୍ଲବ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ୧୩୦ରନ ସ୍କୋର କରିଥିଲା । ଜବାବରେ ପଟ୍ଟାପୋଲ କ୍ରିକେଟ ଟିମ ମାତ୍ର ୭୯ରନ ସ୍କୋର କରି ଶୋଚନୀୟ ଭାବେ ପରାଜିତ ହୋଇଥିଲା । କ୍ଲବ ପକ୍ଷରୁ ଜିତେନ୍ଦ୍ର ନାୟକ, ରାଜେନ୍ଦ୍ର ପୃଷ୍ଟି ଓ ସଦସ୍ୟମାନେ ଖେଳ ପରିଚାଳନା କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ବଳରାମ ବେହେରା ଯୋଗଦେଇଥିବା ବେଳେ ଭାସ୍କର ସାହୁ, ଶିକ୍ଷକ ଅଭୟ ମହାପାତ୍ର, ଗ୍ରାମ୍ୟରୋଜଗାର ସେବକ ନିଶିକାନ୍ତ ଜେନା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରକାଶ ନାୟକ, ଦେବପ୍ରସନ୍ନ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ଖେଳାଳୀ ସମେତ ଚାମ୍ପିଅନ ଓ ରନରସପ ଦଳକୁ ପୁରସ୍କୃତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.