Odiapua.com

୧୧ରେ ପୁଣି ଏକ ଲଘୁଚାପ – ଆସନ୍ତା ୫ ଦିନର ପାଣିପାଗ ପୂର୍ବାନୁମାନ ଏପରି

ଭୁବନେଶ୍ୱର ୮ ସେପ୍ଟେମ୍ବର (ଓଡ଼ିଆ ପୁଅ) ଆସନ୍ତା ୧୧ ତାରିଖରେ ବଙଗୋପସାଗରରେ ପୁଣି ଏକ ଲଘୁଚାପ ହେବାର ସମ୍ଭାବନା ଅଛି। ଏ ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏ ହାପରେ ଆସନ୍ତା ୫ ଦିନର ପାଣିପାଗର ମଧ୍ୟ ପୂର୍ବାନୁମାନ କରିଛି କେନ୍ଦ୍ର।

ତେବେ ପାଣିପାଗ କେନ୍ଦ୍ର ଅନୁଯାୟୀ, ଆଜି ଓଡ଼ିଶାର ଅନେକ ଜିଲ୍ଲାରେ ହାଲୁକା ରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ। କିନ୍ତୁ କୌଣସି ଚେତାବନୀ ନାହିଁ।

ଆସନ୍ତା କାଲି (୯ ତାରିଖ)

ଓଡ଼ିଶାର ଅନେକ ଜିଲ୍ଲାରେ ହାଲୁକା ରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ।

ୟେଲୋ ୱାର୍ଣ୍ଣିଂ –

ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାଗୁଡ଼ିକ ପାଇଁ ୟେଲୋସ ୱାର୍ଣ୍ଣିଂ ଜାରୀ କରିଛି ପାଣିପାଗ ବିଭାଗ। ଏହି ଜିଲ୍ଲାଗୁଡ଼ିକରେ ଗୋଟିଏ କିମ୍ବା ଦୁଇଚି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ତୃତୀୟଦିନ (୧୦ ତାରିଖ)

ଉପକୂଳ ଓଡ଼ିଶାର ଜିଲ୍ଲା ତଥା ଆଭ୍ୟନ୍ତରୀଣ ଓଡିଶା ଜିଲ୍ଲାର ଅନେକ ସ୍ଥାନରେ ହାଲୁକା ରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଧିକ।

ୟେଲୋ ୱାର୍ଣ୍ଣିଂ –

କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରୀ କରିଛି ପାଣିପାଗ କେନ୍ଦ୍ର ଭୁବନେଶ୍ୱର ଏହି ଜିଲ୍ଲାଗୁଡ଼କରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଛି। ଏହା ବ୍ୟତୀତ ଓଡ଼ିଶାର ଅନେକ ଜିଲ୍ଲାରେ ହାଲୁକା ରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ଅଧିକ।

ଚତୁର୍ଥ ଦିନ (୧୧ ତାରିଖ)

ୟେଲୋ ୱାର୍ଣ୍ଣିଂ

କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, କଟକ, କୋରାପୁଟ, ମାଲକାନଗିରି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।