Home ଓଡ଼ିଶା ୧୦ ଫୁଟ ଲମ୍ବର ଗୋଖର ସାପ ଉଦ୍ଧାର

୧୦ ଫୁଟ ଲମ୍ବର ଗୋଖର ସାପ ଉଦ୍ଧାର

712

ଭଦ୍ରକ, ୫-୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ସାହସପୁର ପଞ୍ଚାୟତ ପନ୍ଦରବାଟିଆ ଗ୍ରାମର ସଂଜିବ କୁମାର ସାହୁଙ୍କ ଘରୁ ଏକ ୧୦ ଫୁଟ ଲମ୍ବର ବିସଧର ଗୋଖର ସାପ ଉଦ୍ଧାର ହୋଇଛି। ଘର ଭିତରେ ଏକ ବିଲେଇକୁ ଉକ୍ତ ସାପଟି ଦଂଶନ କରି ଗାତ ଭିତରକୁ ନେଇ ଯାଇଥିବା ପରିବାର ଲୋକ ଦେଖିଥିଲେ। ପରେ ଭଦ୍ରକର ସାପ ଧରାଳି ସେକ ମିର୍ଜାକୁ ଖବର ଦେବାରୁ ମିର୍ଜା ପହଞ୍ଚି ଉକ୍ତ ଗାତରୁ ବିଷଧର ସାପଟିକୁ ଉଦ୍ଧାର କରିଥିଲେ। ସାପଟିର ଲମ୍ବ ପ୍ରାୟ ୧୦ ଫୁଟ ହୋଇଥିବା ବେଳେ କଳା ରଙ୍ଗ ବହୁ ପୁରୁଣା ସାପ ବୋଲି ଜଣାପଡିଛି। ବନ୍ୟା ପରେ ସାପଟି ଏହି ଘରେ ରହିଯାଇଥିବା କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.